ଏମ୍ସ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି : ନିଷ୍କାସିତ ହୋଇପାରୁନି ପାଣି; ଘରୁ ବାହାରିପାରୁନାହାନ୍ତି ଲୋକେ

Advertisment
ଏମ୍ସ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି : ନିଷ୍କାସିତ ହୋଇପାରୁନି ପାଣି; ଘରୁ ବାହାରିପାରୁନାହାନ୍ତି ଲୋକେ

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱର ଏମ୍ସ ନିକଟବର୍ତ୍ତୀ ଅଂଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଲୋକେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ିଛି । ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଲୋକଙ୍କ ଘରେ ପାଣି ଜମି ରହିଛି । ଘରୁ ବାହାରିଲେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଲୋକେ ଯାତାୟତ କରୁଛନ୍ତି ।

ସେହିପରି ୪୯ ନମ୍ବର ୱାର୍ଡ ଆଇଗିଣିଆ, ଡୁମୁଡୁମା ହାଉସିଂବୋର୍ଡ କଲୋନି ରାସ୍ତା, ନୂଆପଲ୍ଲୀ ବେହେରା ସାହି, ଭୋଇସାହି, ଷ୍ଟୁଡିଓ ଛକ ଚାଳସାହି, ସରଦାପଲ୍ଲୀ, ଜାଗମରା, ଶ୍ୟାମପୁର, ନୂଆଗାଁର ଏକାଧିକ ଆପାର୍ଟମେଣ୍ଟର ବେସମେଣ୍ଟରେ ପାଣି ଭର୍ତ୍ତି ହୋଇଛି । ଲୋକେ ରାଜଧାନୀରେ ରହୁଥିଲେ ମଧ୍ୟ କୌଣସି ଉପାନ୍ତ ଅଞ୍ଚଳ କିମ୍ବା ଗାଁଠାରୁ କମ୍‌ ହସନ୍ତସନ୍ତ ହେଉ ନଥିବା କହିଥିଲେ। କିଛି ଲୋକ କେବଳ ଏହା ନାମକୁ ମାତ୍ର ରାଜଧାନୀ, ମାତ୍ର ରାଜଧାନୀର କୌଣସି ସୁବିଧା ନଥିବା କହି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe