କନକ ବ୍ୟୁରୋ : କିଛି ଘଂଟା ଭିତରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ବାତ୍ୟାର ରୂପ ନେବା ପରେ ଆସନ୍ତାକାଲି ସଂଧ୍ୟାରେ ପୂର୍ବ ବିଶାଖାପାଟଣାରେ ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହେବ । ଦିଗ ପରିବର୍ତ୍ତନ କରି ଉତର- ଉତର ପୂର୍ବ ଦିଗରେ ଗତି କରିବ । ତାପରେ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଗତି କରିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ଗଂଜାମ, ଗଜପତି ସହ ସବୁ ଉପକୂଳ ଜିଲ୍ଲାରେ ବର୍ଷା ହେବ ।

Advertisment

ଆଜି ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆଜି ମଧ୍ୟ ରାତିରେ ପବନର ବେଗ ବଢ଼ିପାରେ । କାଲି ସଂଧ୍ୟା ବେଳକୁ ପବନର ବେଗ ୮୦ରୁ ୯୦ କିଲୋମିଟର ଅତିବେଶିରେ ଶହେ କିଲୋମିଟର ରହିପାରେ । ୫ ତାରିଖ ସକାଳ ପର୍ଯ୍ୟନ୍ତ ପବନ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୦୦ କିମି, ପାରଦୀପଠାରୁ ୭୦୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୦ କିଲୋମିଟର ବେଗରେ ଗତି କରୁଛି ।

ବାତ୍ୟା କେଉଁଠି ଛୁଇଁବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଏବଂ ସଂଧ୍ୟାଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି । ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।