ପୁରୀ ଜିଲ୍ଳାର ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ସର୍ବାଧିକ ବର୍ଷା । ଶ୍ରୀମନ୍ଦିରରେ ବର୍ଷାରେ ଭିଜି ଦର୍ଶନ କଲେ ଶ୍ରଦ୍ଧାଳୁ

116

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ୨୪ ଘଂଟାରେ ସର୍ବାଧିକ ୩୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୮୭ ବର୍ଷ ପରେ ସେପ୍ଟେମ୍ବର ମାସରେ ୨୪ ଘଂଟା ମଧ୍ୟରେ ପୁରୀରେ ରେକର୍ଡ ବର୍ଷା ହୋଇଛି । ୧୯୩୪ ସେପ୍ଟେମ୍ବର ୨୦ ତାରିଖରେ ୨୧୦.୮ ମିଲିମିଟର ବର୍ଷା ହୋଇଥିଲା । ଏହା ପରେ ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ବର୍ଷା ହୋଇଛି । ଜିଲ୍ଲାର ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିମି ବର୍ଷା ହୋଇଛି ।
ସେହିପରି କାକଟପୁରରେ ୫୨୦ ମିମି, ଗୋପରେ ୩୩୧ ମିମି ବର୍ଷା ରେକର୍ଡ କରାଯାଇଛି । ସତ୍ୟବାଦୀରେ ୩୨୮ ମିମି, ନିମାପଡ଼ାରେ ୩୦୨ ମିମି, ପିପିଲିରେ ୨୬୩ ମିମି ବର୍ଷା ରେକର୍ଡ ହୋଇଛି । ୨୪ ଘଂଟା ମଧ୍ୟରେ ବ୍ରହ୍ମଗିରିରେ ୨୪୦ ମିମି, ଡେଲାଙ୍ଗରେ ୨୨୮ ମିମି, କଣାସରେ ୨୧୨ ମିମି ଓ କୃଷ୍ଣପ୍ରସାଦରେ ୧୭୯.୪ ମିମି ବର୍ଷା ହୋଇଛି । ପୁରୀ ଜିଲ୍ଲାରେ ବର୍ଷା କଲବଲ କରୁଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତ-ଶ୍ରଦ୍ଧାଳୁ ବର୍ଷାରେ ଭିଜିଛନ୍ତି ।