ମହାନଦୀରେ ଆସିପାରେ ବନ୍ୟା । ଜଳସ୍ତର ବଢୁଥିବାରୁ ବଡ ନଦୀରେ ବନ୍ୟା ଆଶଙ୍କା ନେଇ ଏସଆରସିଙ୍କ ସୂଚନା । ଲଗାଣବର୍ଷା ପାଇଁ ରାଜ୍ୟର କେଉଁ ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ? ସବିଶେଷ ସୂଚନା ଦେଲେ ଏସଆରସି

617

କନକ ବ୍ୟୁରୋ: ମହାନଦୀରେ ଆସିପାରେ ବନ୍ୟା । ଉପରମୁଣ୍ଡରେ ବର୍ଷା ପାଇଁ ମହାନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି । କଟକ ମୁଣ୍ଡଳୀଠାରେ ୭ ଲକ୍ଷ ୭୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମହାନଦୀ ଅବବାହିକାରେ ମଧ୍ୟ ନିମ୍ନ ମଧ୍ୟମ ଧରଣ ବନ୍ୟା ଜଳ ପ୍ରବାହିତ ହେଉଛି ।

ତେବେ ବୈତରଣୀ , ବୁଢାବଳଙ୍ଗ ଓ ଜଳକାରେ ବନ୍ୟା ସ୍ଥିତି ଉପୁଜିଛି । ବ୍ରାହ୍ମଣୀ ନଦୀରେ ନିମ୍ନ ମଧ୍ୟମ ଧରଣର ବନ୍ୟା ହେବା ସଂଭାବନା ରହିଛି । ବୈତରଣୀ ଆଖୁଆପଦାଠାରେ ବିପଦସଂକେତ ଉପରେ ୨୦.୦୨ରେ ରହିଛି । ବୈତରଣୀ ବିପଦ ସଂକେତ ରହିଛି ୧୭.୬୧ ମିଟର । ବୈତରଣୀ ନଦୀ ଯାଜପୁରରେ ୩ଟି ଘାଇ କରିଛି । ଦଶରଥପୁରରେ ୨ଟି, ଯାଜପୁର ଜିଲ୍ଲାରେ ଗୋଟିଏ ଘାଇ କରିଛି
ଜଳକା ଜଳସ୍ତର ଖସୁଛି , ବର୍ତମାନ ବିପଦ ସଂକେତ ଉପରେ ୬.୯୨ ମିଟରରେ ପାଣି । ଜଳକା ବିପଦ ସଂକେତ ୫.୫ ମିଟର ରହିଛି ।

ସେହିପରି ବୁଢାବଳଙ୍ଗ ନଦୀରେ ବୁଢାବଳଙ୍ଗ ବିପଦ ସଂକେତ ୮.୧ ମିଟର ଥିବାବେଳେ ୮.୪ ମିଟରରେ ପାଣି ଚାଲିଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା । ରାଜଘାଟ ପାଖରେ ବିପଦ ସଂକେତ ୧୦.୩୬ ମିଟର । ସତର୍କ ସଂକେତ ୯.୪ ଉପରେ ଚାଲୁଛି ପାଣି । ଘଂଟା ପ୍ରତି ୨ରୁ ୩ ସେଂଟିମିଟର ବଢୁଛି ଜଳସ୍ତର । କାଲି ବାଲେଶ୍ୱରର ୪ ବ୍ଲକ ଓ ମୟୂରଭଂଜର କିଛି ବ୍ଲକରେ ବନ୍ୟା ଆସିବ ।

ସେପଟେ ହୀରାକୁଦ ଉପରମୁଣ୍ଡରେ ବର୍ଷାର ପ୍ରଭାବ ଦେଖାଦେଇଛି । ଫଳରେ ଭେଡେନ ଓ ଇବ୍ ନଦୀରୁ ଅଧିକ ପାଣି ଆସୁଛି ଜଳଭଣ୍ଡାରକୁ । ୫ ଲକ୍ଷ ୫୬ ହଜାର କ୍ୟୁସେକ୍ ପାଣି ଆସୁଛି । ପ୍ରବଳ ପାଣି ପାଇଁ ୧୮ଟି ଗେଟ୍ ଖୋଲା ହେଲାଣି । ଏବେ ଘଂଟାପ୍ରତି ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ତେବେ ବଡକଥା ହେଉଛି ଆସନ୍ତାକାଲି ମୁଣ୍ଡଳିରେ ଘଂଟା ପ୍ରତି ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।