କନକ ବ୍ୟୁରୋ : ଜଗତସିଂହପୁରରେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର । ପ୍ରବଳ ବର୍ଷା ପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲା ଜିଲ୍ଲା ପ୍ରଶାସନ । ଏରସମା ବ୍ଲକରୁ ୧୮୨୧ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେହିପରି ବାଲିକୁଦାର ୫ଟି ସ୍ଥାନରେ ୪୧ ଜଣ ସ୍ଥାନାନ୍ତର ହୋଇଛନ୍ତି । ନାଉଗାଁର ୨ଟି ସ୍ଥାନରୁ ୨୫ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଜଗତସିଂହପୁରରେ ମୋଟ ୧,୮୮୭ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Advertisment

ସେପଟେ, ଜଳ ସମ୍ପଦ ବିଭାଗର ଇଆଇସି ଆଜି ପ୍ରେସ କନଫରେନସ କରି ଏହା କହିଛନ୍ତି, କେବଳ ଉପକୂଳରେ ଲଗାଣ ବର୍ଷା ହୋଇଛି । ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ରୁଷିକଲ୍ୟା, ବଂଶଧାରା, ଇନ୍ଦ୍ରାବତୀ ନଦୀ ଉପରେ ସେମିତି କିଛି ବର୍ଷା ନାହିଁ । ରାଜ୍ୟରେ ମୋଟ୍ ୮ଟି ବୃହତ ଜଳ ଭଣ୍ଡାର ରହିଛି । ସେଥିମଧ୍ୟରୁ ହୀରାକୁଦରେ ୭୮ ପ୍ରତିଶତ ଏବଂ ରେଙ୍ଗାଲୀ ଜଳଭଣ୍ଡାରରେ ୮୩ ପ୍ରତିଶତ ପାଣି ରହିଛି । ବାକି ଜଳ ଭଣ୍ଡାରରେ ପାଣି ୫୦ ପ୍ରତିଶତରୁ ତଳେ ରହିଛି । ସେହିପରି ୪୪ଟି ମଧ୍ୟମ ଜଳଭଣ୍ଡାର ମଧ୍ୟରୁ ୬ଟିରେ ୭୫ ପ୍ରତିଶତରୁ ଅଧିକ ପାଣି ରହିଛି ।

୧୪ଟି ଜଳ ଭଣ୍ଡାରରେ ୫୦ ପ୍ରତିଶତରୁ ଅଧିକ ପାଣି ରହିଛି । ମହାନଦୀ ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇଛି । ଏହି ବର୍ଷା ଏବେ ଚାଷ କାମରେ ସହଯୋଗ କରିବ ବୋଲି ଯନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ୨୦ଟି ସମ୍ବେଦନଶୀଳ ଜାଗା ରହିଛି । ତଳିଆ ଅଂଚଳକୁ ଅଫିସର ଯାଇଛନ୍ତି । ନଦୀର ଜଶସ୍ତର ବୃଦ୍ଧି ପାଉଥିବାରୁ କିଛି ସ୍ଥାନରେ ନାଇଟ୍ ପାଟ୍ରୋଲିଂ ଚାଲିବ । ଏବେ ଜଳ ସମ୍ପଦ ବିଭାଗରେ ନିୟୋଜିତ ଥିବା ସମସ୍ତ ଅଫିସରଙ୍କ ଛୁଟି ବାତିଲ୍ କରାଯାଇଛି ।