ଲଗାଣ ବର୍ଷାରେ ମୁମ୍ବାଇ ବେହାଲ ! ବଦଳିଲା ଅନେକ ବିମାନର ଗତିପଥ, ବାତିଲ ହେଲା ଦୂରଗାମୀ ଟ୍ରେନ

Advertisment
ଲଗାଣ ବର୍ଷାରେ ମୁମ୍ବାଇ ବେହାଲ ! ବଦଳିଲା ଅନେକ ବିମାନର ଗତିପଥ, ବାତିଲ ହେଲା ଦୂରଗାମୀ ଟ୍ରେନ

source : google

କନକ ବ୍ୟୁରୋ : ମୁମ୍ବାଇରେ ୨୪ ଘଂଟା ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବାପରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ପ୍ରବଳ ପାଣି ଜମିରହିଛି । ରାସ୍ତା ଉପରେ ପାଣି ରହିଥିବା କାରଣରୁ ଗାଡି ଚଳାଚଳ ମଧ୍ୟ ବ୍ୟାଘତ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇରେ ବର୍ଷା ଯୋଗୁଁ ତାପାମାତ୍ରା ୨୫ ଡିଗ୍ରିକୁ ଖସି ଆସିଛି।ବର୍ଷା ଲାଗି ଗତ ରାତିରେ ୧୭ଟି ବିମାନର ଅବତରଣସ୍ଥଳ ବଦଳା ଯାଇଛି। କେତେକ ବିମାନ ପ୍ରାୟ ୩୦ ମିନିଟ ବିଳମ୍ବରେ ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଥାନେ, ରାଇଗଦ ଏବଂ ମୁମ୍ବାଇରେ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ ସୂଚନା ଦେଇଛି।

publive-image source : google

କେବଳ ବିମାନ ନୁହେଁ ବର୍ଷା ଲାଗି କେତେ ଟ୍ରେନକୁ ବାତିଲ କରାଯାଇଛି ବା ବିଳମ୍ବରେ ଛାଡ଼ିବ ବୋଲି କେନ୍ଦ୍ରୀୟ ରେଳବାଇ ସୂଚନା ଦେଇଛି । ବର୍ଷା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ କ୍ଷମତା ପ୍ରଦାନ କରାଯାଇଥିବା କଥା ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଆଶିଷ ଶେଲାର୍ କହିଛନ୍ତି। ତେବେ ଚଳିତଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ମାୟାନଗରୀରେ ଏପରି ଭାବରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି ।  ଏପରି ସମୟରେ ଅନେକ ତଳିଆ ଘରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି । ଘରେ ପାଣି ପଶିବାକ କାରଣରୁ କେତେ ଲୋକ ରାସ୍ତା କିମ୍ବା ଉଚ୍ଚସ୍ଥାନକୁ ନିଜ ପରିବାର ସହ ଯାଇଥିବା ନେଇ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe