ମାୟାନଗରୀରେ ବି ଲାଗି ରହିଛି ପ୍ରବଳ ବର୍ଷା । ସିୟୋନ ପୋଲିସ ଷ୍ଟେସନରେ ହେଲା କୃତ୍ରିମ ବନ୍ୟା, ରେର୍ଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

74

କନକ ବ୍ୟୁରୋ : ହାଇଦ୍ରାବାଦ ପରେ ମାୟାନଗରୀ ମୁମ୍ବାଇଲେ ବର୍ଷା ବିତ୍ପାତ । ରାତି ତମାମ ମୁମ୍ବାଇ,ପୁଣେରେ ଲାଗି ରହିଛି ଲଗାଣ ବର୍ଷା । ମୁମ୍ବାଇ ସିୟୋନ ପୋଲିସ ଷ୍ଟେସନ ସମେତ କିଛି ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୁମ୍ବାଇକୁ ରେର୍ଡ଼ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ବର୍ଷାର ତାଣ୍ଡବରେ ବାୟକୁଲା, ହିନ୍ଦମାତା, କୁର୍ଲା, କିଂଗ ସର୍କିଲ ସମେତ ଅନେକ ଅଂଚଳରେ ପାଣି ଜମି ରହିଛି । ପୁଣେରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପୁଣେର ଇନ୍ଦ୍ରପୁର ଅଂଚଳରେ ମଧ୍ୟ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଛି । ସେହିପରି ଦଗଡୁ ସ୍ଥିତ ଗଣେଷ ମଣ୍ଡଳ ବାହାରେ ମଧ୍ୟ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ।