ଲଗାଣ ବର୍ଷାରେ ବେହାଲ କୋଣାର୍କ ସୂର୍ଯ୍ୟମନ୍ଦିର । ମନ୍ଦିର ପରିସରରେ ସୃଷ୍ଟି ହେଲା କୃତ୍ରିମ ବନ୍ୟା

279

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷାରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଜମିଲା ପାଣି ।  ଲଗାଣ ବର୍ଷା ଯୋଗୁଁ କୋଣାର୍କ ମନ୍ଦିର ପରିସରରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ମନ୍ଦିର ପରିସରରେ ପାଣି ଜମି ରହିଥିବା ବେଳେ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି ।

ପାଣି ନିଷ୍କାସନ ହୋଇ ନପାରି ମନ୍ଦିର ପରିସରରେ ଜଳାର୍ଣ୍ଣବ ପରିବେଶ ସୃଷ୍ଟି ହୋଇଛି । ପର୍ଯ୍ୟଟକ ମାନେ ବର୍ଷା  ପାଣିରେ ବୁଲୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ସୂର୍ଯ୍ୟ ମନ୍ଦିର ପରିସରରେ  କୌଣସି ସେଡ଼ ନଥିବାରୁ ପର୍ଯ୍ୟଟକ ମାନେ ଓଦାରେ ବୁଲୁଛନ୍ତି ।

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ୮ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାରି ଭିତରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ବେହାଲ ସ୍ଥିତି ସୃଷ୍ଟି ହୋଇଛି ।