କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷାରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଜମିଲା ପାଣି । ଲଗାଣ ବର୍ଷା ଯୋଗୁଁ କୋଣାର୍କ ମନ୍ଦିର ପରିସରରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ମନ୍ଦିର ପରିସରରେ ପାଣି ଜମି ରହିଥିବା ବେଳେ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି ।
ପାଣି ନିଷ୍କାସନ ହୋଇ ନପାରି ମନ୍ଦିର ପରିସରରେ ଜଳାର୍ଣ୍ଣବ ପରିବେଶ ସୃଷ୍ଟି ହୋଇଛି । ପର୍ଯ୍ୟଟକ ମାନେ ବର୍ଷା ପାଣିରେ ବୁଲୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ସୂର୍ଯ୍ୟ ମନ୍ଦିର ପରିସରରେ କୌଣସି ସେଡ଼ ନଥିବାରୁ ପର୍ଯ୍ୟଟକ ମାନେ ଓଦାରେ ବୁଲୁଛନ୍ତି ।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ୮ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାରି ଭିତରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ବେହାଲ ସ୍ଥିତି ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/28-17.jpg)