ବର୍ଷା କଲାଣି ବେହାଲ । ଦିଗପହଣ୍ଡିର ଅଂଚଳରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଲୋକେ, ବଜ୍ରଗୁମାରେ ସୃଷ୍ଟି ହେଲା ଘାଇ

122

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡିର ପାତ୍ରପୁର ବ୍ଲକ୍ । ବିଶେଷକରି ବ୍ଳକର ପାହାଡ଼ିଆ ଅଂଚଳରେ ଅଧିକ ପରିମାଣରେ ବର୍ଷା ଫଳରେ ଗାଁ ଗୁଡ଼ିକରେ ଜଳବନ୍ଦୀଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବାହୁଦାନଦୀ ଅବବାହିକା ତଟବର୍ତୀ ଗାଁ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

ବଜ୍ରଗୁମା ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁଲୋକ । ପାତ୍ରପୁର ବ୍ଲକ ଅଂକୁଲା ପଂଚାୟତ ଇଲେଗେଲା ଗାଁରେ ଥିବା ଲୋକମାନେ ଜଳବନ୍ଦୀରୁ ଉଚ୍ଚସ୍ଥାନକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷାର ପରିମାଣ ବଢ଼ିବା ଫଳରେ ବାଘଲଟି ଡ଼୍ୟାମର ୨ଟି ଗେଟ୍ ଖୋଲାଯାଇ ପାଣି ଛଡ଼ା ଯାଇଛି ।