ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରଳୟ ରଚିଲା ବର୍ଷା ।  ସୁଅରେ ଭାସିଗଲା ମଣିଷ, ପାଣିରେ ପହଁରିଲା କାର : ୨୫ଜଣଙ୍କ ମୃତ୍ୟୁ

310

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଲଘୁଚାପ ଜନିତ ବର୍ଷା ପ୍ରଳୟ ଆଣିଛି । ବର୍ଷା ପାଣିରେ ଦୁଇ ରାଜ୍ୟରେ ୨୫ ଜଣଙ୍କର ଜୀବନ ଯାଇଛି । ତେଲେଙ୍ଗାନାରେ ୧୮ ଓ ଆନ୍ଧ୍ରପ୍ରଦେଶରେ ୭ଜଣଙ୍କର ମୃତ୍ୟୁ ହୋଇଛି । କେବଳ ହାଇଦ୍ରାବାଦରେ ୧୫ଜଣଙ୍କ ଜୀବନ ନେଇଛି ବର୍ଷା । ଏହାଛଡା କୁର୍ଣ୍ଣୁଲରେ ୩ ଜଣଙ୍କର ଜୀବନ ଯାଇଛି । ଏଥିସହ ବଦଲାଗୁଡାର ମୋହମ୍ମଦିଆ ହିଲ୍ଲସର ପାଚେରୀ ଭାଙ୍ଗି ୯ଜଣଙ୍କର ମୃତ୍ୟୁ ହୋଇଛି ।

ଏବେ ବି ଅନେକ ଅଂଚଳର ଜଳମଗ୍ନ ହୋଇ ରହିଛି । ହଜାର ହଜାର ଲୋକ ପାଣି ଘେରରେ ଫଶି ରହିଛନ୍ତି । ଫସିଥିବା ଲୋକଙ୍କ ଉଦ୍ଧାର କରିବା କାର୍ଯ୍ୟରେ ପ୍ରାୟ ୧୦୦ଟି ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ଏହା ଭିତରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।