କନକ ବ୍ୟୁରୋ : ଘର ଭିତରେ ଘରେ ରହି ପାରୁନାହାଁନ୍ତି ଲୋକେ । ପାଣି ପଶିବା ଫଳରେ ହଇରାଣ ହରକତ ବ୍ୟବସାୟୀ । ବୁଡି ରହିଛି ବଜାରଘାଟ । ଯିଏ ଯାହା ପାରିଲେ ମୁଣ୍ଡରେ ବୋହି ବଜାର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ସେପଟେ ରାସ୍ତାରେ ନଦୀ ଭ୍ରମ ସୃଷ୍ଟି ହେବା ଯୋଗୁଁ ବାଧାପ୍ରାପ୍ତ ହୋଇଛି ଯାତାୟତ ।

ମହାରାଷ୍ଟ୍ର ପରି ଗୁଜରାଟରେ ମଧ୍ୟ ବେଶ ସଂଗୀନ ସ୍ଥିତି ନେଇ ଆସିଛି ଲଗାଣବର୍ଷା । ଗାଁଠୁ ସହର ସବୁଛି ପଶିଛି ବର୍ଷା ପାଣି । ପୋରବନ୍ଦର, ଜାମନଗର, ସୁରଟ ପରି ବ୍ୟବସାୟ ପେଣ୍ଠସ୍ଥଳରେ ପାଣି ଜମିବା ଯୋଗୁଁ ସାଧାରଣ ଜନତା ନାହିଁନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ମନ୍ଦିର ଭିତରେ ବର୍ଷା ପାଣି ।କିଛି ସ୍ଥାନରେ ଦେବାଳୟରେ ବର୍ଷା ପାଣି ପଶିବା ଯୋଗୁଁ ଦେବାଦବୀଙ୍କ ସହ ପରିସରରେ ପାଣି ଘେରରେ । ସ୍ଥାନୀୟ ପ୍ରଶାସନ ସଠିକ ଭାବେ ଜଳନିଷ୍କାସନ କରୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ସେପଟେ ଗଙ୍ଗାଘାଟରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପାଣି ଭିତରକୁ ଯିବା ପାଇଁ ଶ୍ରଦ୍ଧାଳଙ୍କ ଉପରେ କଟକଣା ଲଗାଯାଇଛି । ସେପଟେ ସ୍ଥିତିକୁ ନଜର ରଖି ଏନଡିଆରଏଫ ।

ଦିଲ୍ଲୀ, ଉତରପ୍ରଦେଶ,ବିହାର ଓ ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ଲଗାଣ ବର୍ଷା ଜରି ରହିଛି। ବର୍ଷାର ପରିମାଣକୁ ଅନୁମାନ କରି ଆଇଏମଡି ଆଗାମୀ ୩ଦିନ ପାଇଁ କିଛି ରାଜ୍ୟକୁ ୟୋଲୋ, ଅରେଂଜ ଓ ରେଡ ୱାର୍ଣ୍ଣି ଜୋନରେ ରଖିଛି ।