କନକ ବ୍ୟୁରୋ : ଦକ୍ଷିଣ ଓଡିଶାରେ ଲାଗି ରହିଛି ବର୍ଷା । କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତି, ରାୟଗଡା ପ୍ରାୟ ସବୁଆଡେ ବର୍ଷା ହେଉଛି । ମାଲକାନଗିରି ଜିଲ୍ଲାରେ ଏବେ ବି ବର୍ଷା ଲାଗି ରହିଛି । ମାଲକାନଗିରି ଏମଭି ୯୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳାରୁ ମୋଟୁ ଦେଇ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।