କନକ ବ୍ୟୁରୋ : କ୍ଷୀପ୍ର ଗତିରେ ମାଡି ଆସୁଛି ବାତ୍ୟା ଫୋନି । ସ୍ଥଳଭାଗ ଆଡକୁ ଯେତିକି ପାଖଉଛି, ଫୋନିର ଗତି ସେତିକି ବଢୁଛି । ପୁରୀ ଠାରୁ ମାତ୍ର ୧୧୦ କିଲୋମିଟର ଦୂରରେ ଥିବା ବାତ୍ୟା ଫୋନି ସକାଳ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ୧୬ କିଲୋମିଟର ବେଗରେ ପୁରୀ ଆଡକୁ ବାତ୍ୟା ଫୋନି ମାଡି ଆସୁଥିବା ବେଳେ ପ୍ରଚଣ୍ଡ ବେଗରେ ପବନ ବହିବା ମଧ୍ୟ ଆରମ୍ଭ ହୋଇଛି । ପୁରୀରେ ଘଣ୍ଟାପ୍ରତି ୯୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରିଛି ।
ସେହିଭଳି ଗୋପାଳପୁର ଠାରୁ ୬୫ କିଲୋମିଟର ଦୂରରେ ରହିଛି ବାତ୍ୟା ଫୋନି । ସକାଳ ୪ଟା ୩୦ ସୁଦ୍ଧା ଏଠାରେ ୧୦୫ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇଛି । ସମୁଦ୍ର ମଧ୍ୟରେ ଏହି ବାତ୍ୟାର ପ୍ରକୋପ ବଢି ଚାଲିଥିବା ବେଳେ ୧୯୦ କିଲୋମିଟର ବେଗରେ ପବନ ବହୁଛି । ତେଣୁ ଏହା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ପାଖାପାଖି ଘଣ୍ଟାପ୍ରତି ପ୍ରାୟ ୨୦୦ କିଲୋମିଟରରୁ ଅଧିକ ରହିପାରେ ।
ସ୍ଥଳଭାଗ ଆଡକୁ ଫୋନି ଯେତିକି ଜୋରରେ ମାଡି ଆସୁଛି ପବନ ଓ ବର୍ଷାର ପରିମାଣର ସେତିକି ଜୋରରେ ବଢିଚାଲିଛି । ସକାଳ ସାଢେ ୪ ସୁଦ୍ଧା ଗୋପାଳପୁରରେ ୧୪ ସେଣ୍ଟିମଟର ଓ ପୁରୀରେ ୯ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେଣୁ ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ବେଳକୁ ପବନ ଓ ବର୍ଷାର ପରିମାଣ ଆହୁରି ବଢିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପରିକି ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/FONI-3-2.jpg)