କନକ ବ୍ୟୁରୋ : ବାତ୍ୟା ୟସଳର ଦେଖି ପାରାଦୀପ ବନ୍ଦରରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି । ତେବେ ଏଠାରେ ବାତ୍ୟାର ପ୍ରଭାବ ଗତକାଲିଠାରୁ ଆରମ୍ଭ ହୋଇସାରିଛି । ଗତକାଲି ଦିନ ୧୧ଟାରୁ ଆକାଶ ମେଘୁଆ ରହିବା ସହ ବର୍ଷା ଓ ପବନ ଲାଗିରହିଛି । ପାରାଦୀପରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବନ୍ଦରରେ ଲାଗିରହିଥିବା ଜାହାଜଗୁଡିକୁ ଆଙ୍କରେଜରୁ ଗଭୀର ସମୁଦ୍ରକୁ ପଠାଇ ଦିଆଯାଇଛି ।
ସେହିପରି ଆଜି ଅପରାହ୍ନ ସୁଦ୍ଧା ତଳିଆ ଅଂଚଳରୁ ଲୋକଙ୍କୁ ଖାଲି କରିବାକୁ ପ୍ରଶାସନ ତତ୍ପର ହୋଇଛି । ପାରାଦୀପରେ ସାହି, ବସ୍ତିରୁ ଶହ ଶହ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ପାରାଦୀପ ବନ୍ଦର ବେଶ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ତଟରକ୍ଷୀ ବାହିନୀ ପକ୍ଷରୁ ଉଭୟ ଜଳ ଓ ଆକାଶ ମାର୍ଗରୁ ପଇଁତରା ମରାଯାଉଛି । ପାରାଦୀପ ବନ୍ଦର ପକ୍ଷରୁ ୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୨ ହଜାର ଲୋକଙ୍କୁ ଥଇଥାନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/9-12.jpg)