ମହାରାଷ୍ଟ୍ର ଛୁଇଁଲା ମୌସୁମି : ପାଣିରେ ଭାସିଲା ଥାନେ, ମୁମ୍ବାଇ ସମେତ ଏକାଧିକ ସହର; ରାସ୍ତା ଓ ରେଳ ଧାରଣା ଉପରେ ଜମିଲା ଆଣ୍ଠୁଏ ଉଚ୍ଚପାଣି

128

କନକ ବ୍ୟୁରୋ : ମହାରାଷ୍ଟ୍ରରେ ମୌସୁମୀ ପହଁଚିବା ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛିି । ମହାରାଷ୍ଟ୍ରରେ ଗତ କିଛି ଘଂଟାରେ ଏକାଧିକ ସହର ଉବୁଟୁବୁ ହୋଇଛି । ମାୟାନଗରୀର ବିଭିନ୍ନ ଅଂଚଳରେ ବର୍ଷା ପରେ ଜଳବନ୍ଦୀ ଅବସ୍ଥାକୁ ଆସିଯାଇଛି ଅନେକ ଅଂଚଳ । ମୁମ୍ୱାଇର ତଳିଆ ଅଂଚଳରେ ବର୍ଷା ପାଣି ଜମିବାରୁ ଲାକେ ଜଳବନ୍ଦୀ ହୋଇପଡିଛନ୍ତି ।

ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ତଳିଆ ଅଂଚଳ ରାସ୍ତା ପାଣିରେ ବୁଡି ଯିବା ପରେ ଗାଡି ମୋଟର ବି ଫସି ରହିଛି । ଗାଡି ଚଳାଚଳ ପ୍ରଭାବିତ ହେବାରୁ ଲୋକେ ହଇରାଣ ହୋଇଛନ୍ତି । ସେହିପରି ରେଳ ଧାରଣା ଉପରେ ମଧ୍ୟ ପାଣି ଜମି ରହିଥିବାରୁ ମେଟ୍ରୋ ଚଳାଚଳ ବହୁ ଅଂଚଳକୁ ବନ୍ଦ ରହିଛି । ଅନ୍ୟପଟେ ଆସନ୍ତା ୪ ଦିନ ପାଇଁ ମହାରାଷ୍ଟ୍ରରେ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।