କନକ ବ୍ୟୁରୋ: ଉତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତୀ ଓଡ଼ିଶା ଉପକୂଳରେ ଏବେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର  ଆଗାମୀ ଦୁଇଦିନ ଯାଏଁ  ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ସକାଳ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ  ଶୁକ୍ରବାର ସକାଳ ୮ଟା ୩୦ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ୨୨ ଓ ୨୩ ତାରିଖରେ  ୭ ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି । ୨୩ ଓ ୨୪ ତାରିଖରେ  ୧୨ ଜିଲ୍ଲାରେ ଓ ୨୪, ୨୫ ତାରିଖରେ ୧୧ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment
  • ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା
  • ଯାତାୟତ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇପାରେ
  • ମାଟିକାନ୍ଥ ପଡିବା ସମ୍ଭାବନା, ଅସୁରକ୍ଷିତ କଚ୍ଚା ଘରେ ଆଶ୍ରୟ ନିଅନ୍ତୁ ନାହିଁ 
  • ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା
  • ମାଲକାନଗିରିରେ ବନ୍ୟା ସ୍ଥିତିରେ ସୁଧାର
  • ବାୟାପଡା ଘାଟିରେ ଭୂସ୍ଖଳନ, ସମସ୍ୟାରେ ୧୮ ଗାଁ 

ବର୍ଷା କମିବା ଫଳରେ ମାଲକାନଗିରି ଜିଲ୍ଲାବାସୀ ଆଶ୍ୱସ୍ତ ହୋଇଛନ୍ତି । ବନ୍ୟା ସ୍ଥିତିରେ ସୁଧାର ଆସିଛି ।  ୩୨୬ ନଂ ଜାତୀୟ ରାଜପଥ ସମସ୍ତ ରୁଟରେ ଯାତାୟତ ସ୍ୱାଭାବିକ ହୋଇଛି ।  ତର୍ଲାକୋଟ ପୋଲ ତଳକୁ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି-ବାଲିମେଳା ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି ପ୍ରବଳ ବର୍ଷା ଯୋଗୁ ମାଲାକାନଗରି କୋରୁକୋଣ୍ଡା ବ୍ଲକ ବାୟାପଡ଼ା ଘାଟିରେ ଭୁସ୍ଖଳନ । ପାହାଡ଼ ଧସିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।  ଦୁଇ ଦିନ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ୧୮ଟି ଗାଁ  ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୪ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ  । ଆଉ ଏହାର ପ୍ରଭାବରେ  ବର୍ଷାର ପରିମାଣ ବଢିପାରେ ।