ପ୍ରବଳ ବର୍ଷିବ: ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୫ ଦିନ ଧରି ଲାଗି ରହିବ ବର୍ଷା । ୧୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Advertisment
ପ୍ରବଳ ବର୍ଷିବ: ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୫ ଦିନ ଧରି ଲାଗି ରହିବ ବର୍ଷା । ୧୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Source:

କନକ ବ୍ୟୁରୋ: ଓଡ଼ିଶାରେ ଆଉ ୫ ଦିନ ପ୍ରବଳ ବର୍ଷିବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସମୁଦ୍ର ପତ୍ତନରୁ ୫.୮ କିଲୋମିଟର ଊର୍ଦ୍ଧ୍ୱରେ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସହିତ ମୌସୁମୀ ଟ୍ରପ୍‌ ବାଲେଶ୍ୱର ଦେଇ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବକୁ ଗତି କରୁଥିବାରୁ ଏହାର ପ୍ରଭାବରେ ଆଗାମୀ ୫ ଦିନ ଧରି ଓଡ଼ିଶାରେ ବର୍ଷା ଲାଗି ରହିବ।

publive-image

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଜିଠାରୁ ଦେବଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ସେହିଭଳି ୩, ୪ ଓ ୫ରେ ମଧ୍ୟ ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲା ସମେତ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଭଳି ଉପକୂଳ ଜିଲ୍ଲାରେ ବର୍ଷା ହୋଇପାରେ ।

publive-image

ଗତ ୩୬ ଘଣ୍ଟାରେ ପୁରୀରେ ସର୍ବାଧିକ ୧୦୬.୪ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ୱରରେ ୨୫.୬ ମିମି, ଚାନ୍ଦବାଲିରେ ୭୫.୨ ମିମି, କଟକରେ ୩୬.୨ ମିମି, ଭୁବନେଶ୍ୱରରେ ୭୪.୯ ମିମି, ପାରାଦୀପରେ ୮୯.୨ ମିମି, କେନ୍ଦୁଝରରେ ୨୭.୯ ମିମି, ତାଳଚେରରେ ୩୦ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe