ବାତ୍ୟା ପାଖେଇଲା, ବର୍ଷା ବଢିଲା । ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ବହିପାରେ ପବନ

340

କନକ ବ୍ୟୁରୋ : ବାତ୍ୟା ପାଖେଇଲା, ବର୍ଷା ବଢିଲା । ସକାଳ ୮ଟାରୁ ୧୦ଟା ମଧ୍ୟରେ ବାତ୍ୟା ଫୋନି ପୁରୀରେ ଲ୍ୟାଣ୍ଡଫଲ୍ କରିବ । ଆଉ ଏହା ପୂର୍ବରୁ ପୁରୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । କେବଳ ପୁରୀ ନୁହେଁ ବରଂ ଏହାର ପାଖ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପବନର ବେଗ ବଢିଚାଲିଛି ।

ବର୍ଷା ଓ ପବନ ସହ ପୁରୀରେ ବାତ୍ୟା ଫୋନି ଆଉ କିଛି ଘଣ୍ଟା ମଧ୍ୟରେ ପହଞ୍ଚିବା ନେଇ ଆଭାସ ଦେଇଛି । ପୁରୀ ଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଥିବା ବାତ୍ୟା ଫୋନି ପ୍ରଭାବରେ ଗଞ୍ଜାମ, ଭୁବନେଶ୍ୱର, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ପବନର ସଁ ସଁ ଶବ୍ଦରେ ଥରି ଉଠୁଛି ପୂରା ପରିବେଶ । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଲ୍ୟାଣ୍ଡଫଲ୍ କରିବା ପରେ ସ୍ଥିତି କେମିତି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଫୋନି ଲ୍ୟାଣ୍ଡଫଲ୍ କରିବା ସମୟରେ ସ୍ଥଳଭାଗରେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ବହିପାରେ । ଏପରିକି ଫୋନି ଲ୍ୟାଣ୍ଡଫଲ୍ କରିବାର କିଛି ଘଣ୍ଟା ପର୍ଯର୍୍ୟନ୍ତ ସ୍ଥଳଭାଗରେ ଏଭଳି ସ୍ଥିତି ଜାରି ରହିପାରେ । ତେଣୁ ବାତ୍ୟା ହେଉଥିବା ସମୟରେ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି ।