କନକ ବ୍ୟୁରୋ : ବାତ୍ୟା ଜୱାଦ ଦୁର୍ବଳ ହେବାରେ ଲାଗିଛି । ସ୍ଥଳଭାଗ ଆଡକୁ ମୁହାଁଉଥିବା ବେଳେ ଲଗାତାର ଦୁର୍ବଳ ହେବାରେ ଲାଗିଛି । ଏବେ ଏହା ଗଭୀର ଅବପାତ ଭାବେ ଉତ୍ତର ଉତ୍ତର-ପୂର୍ବ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ । ଦୀର୍ଘ ୬ ଘଣ୍ଟା ହେବ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଥିବା ଜୱାଦ ଖୁବଶୀଘ୍ର ଅବପାତରେ ପରିଣତ ହେବ ।
ଆଉ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଖାସକରି ଗଞ୍ଜାମରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଗଞ୍ଜାମରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ହୋଇଛି । ଏବେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିଛି । ଅବପାତରେ ପରିଣତ ହେବା ପରେ ଜୱାଦ ପଶ୍ଚିମବଙ୍ଗ ମୁହାଁ ହେବ । ଆଉ ଏହି ସମୟରେ ଉତ୍ତର ଓଡ଼ିଶାରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ । ଜୱାଦର ପ୍ରଭାବ ଏବେ ଧୀରେ ଧୀରେ ଦକ୍ଷିଣ ଓଡ଼ିଶାରୁ କମି ଆସିବା ସହ ଉପକୂଳରେ ପ୍ରଭାବ ପକାଇବା ଆରମ୍ଭ କରିଛି । ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି । ସବୁଠୁ ବଡ କଥା ହେଲା ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ବେଳେ କାଲି ଠାରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/With-Climate-Change-Unyielding-Rains-May-Become-The-New-Normal.jpg)