୨୩ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କଲା ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ହୋଇପାରେ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ ହୋଇପାରେ ବର୍ଷା?

501

କନକ ବ୍ୟୁରୋ : ଆଗାମୀ ୨୪ ଘଣ୍ଟାରେ ୨୩ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷାର ପୂର୍ବାନୁମାନ ହୋଇଛି  । ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡିରେ ଆଗାମୀ ୨୪ ଘଣ୍ଟାରେ ବର୍ଷା ହୋଇପାରେ  । ଏସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି  ।

 ଗତ ମାସକ ଭିତରେ ରାଜ୍ୟରେ ସ୍ୱାଭାବିକ ଠାରୁ ୧୮ ପ୍ରତିଶତ କମ୍ ବର୍ଷା ହୋଇଛି  । ବିଶେଷକରି ଭଦ୍ରକ, ଗଜପତି, କେନ୍ଦୁଝର, ଯାଜପୁର ଓ ଗଞ୍ଜାମରେ ସବୁଠୁ କମ୍ ବର୍ଷା ହୋଇଛି  । ଭଦ୍ରକରେ ୫୪ ପ୍ରତିଶତ, ଗଜପତି ୪୯ ପ୍ରତିଶତ, କେନ୍ଦୁଝର ୪୪ ପ୍ରତିଶତ, ଯାଜପୁର ୪୩ ପ୍ରତିଶତ ଓ ଗଞ୍ଜାମରେ ୪୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।