କନକ ବ୍ୟୁରୋ : ଆଗାମୀ ୨୪ ଘଣ୍ଟାରେ ୨୩ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷାର ପୂର୍ବାନୁମାନ ହୋଇଛି । ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡିରେ ଆଗାମୀ ୨୪ ଘଣ୍ଟାରେ ବର୍ଷା ହୋଇପାରେ । ଏସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
ଗତ ମାସକ ଭିତରେ ରାଜ୍ୟରେ ସ୍ୱାଭାବିକ ଠାରୁ ୧୮ ପ୍ରତିଶତ କମ୍ ବର୍ଷା ହୋଇଛି । ବିଶେଷକରି ଭଦ୍ରକ, ଗଜପତି, କେନ୍ଦୁଝର, ଯାଜପୁର ଓ ଗଞ୍ଜାମରେ ସବୁଠୁ କମ୍ ବର୍ଷା ହୋଇଛି । ଭଦ୍ରକରେ ୫୪ ପ୍ରତିଶତ, ଗଜପତି ୪୯ ପ୍ରତିଶତ, କେନ୍ଦୁଝର ୪୪ ପ୍ରତିଶତ, ଯାଜପୁର ୪୩ ପ୍ରତିଶତ ଓ ଗଞ୍ଜାମରେ ୪୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/Assam-Meghalaya-to-Receive-Heavy-Rainfall-from-September-30-to-October-2.jpg)