କଲବଲ କଲା କାଳବୈଶାଖୀ ବର୍ଷା: ଜନଜୀବନ ବେହାଲ, ମେଡିକାଲରେ ପାଣି

158

କନକ ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ବର୍ଷା କଲବଲ କରିଛି । ଦୁଇଦିନ ହେଲାଣି କାଳବୈଶଖାୀ ବର୍ଷାରେ ବେହାଲ ହୋଇଛି ଜନଜୀବନ । ତଳିଆ ଅଂଚଳରେ ପାଣି ଜମିଥିବା ବେଳେ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ଅଦିନିଆ ବର୍ଷା ଯୋଗୁଁ ବାଲେଶ୍ୱର, ଯାଜପୁର, ପୁରୀ ଆଦି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି । ଅମଳ ଆଗରୁ କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ କାଳ ପାଲଟି ଯାଇଛି ।

ଦୁଇଦିନ ହେଲାଣି କାଳବୈଶଖାୀ ବର୍ଷାରେ ବେହାଲ ହୋଇଛି ଜନଜୀବନ । କେତେବେଳେ ଜୋରଦାର ବର୍ଷା ତ କେତେବେଳେ ହେଉଛି ଝିପିଝିପି ବର୍ଷା । ତଳିଆ ଅଂଚଳରେ ପାଣି ଜମିଛି । ସୁନ୍ଦରଗଡ ମେଡିକାଲ ରକ୍ତଭଣ୍ଡାରରେ ପଶିଛି ପାଣି । ଫଳରେ କଲବଲ ହୋଇଛନ୍ତି ରୋଗୀ । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ,

-ଢେଙ୍କାନାଳର ଗଁଦିଆରେ ସର୍ବାଧିକ ୭୨.୨ ମିଲିମିଟର
– ଭୁବନରେ ୭୨ ଓ ଆଠମଲ୍ଲିକରେ ୬୮ ମିଲିମିଟର
-ଟିକାବାଲିରେ ସର୍ବନିମ୍ନ ୪୦ ମିଲିମିଟର ବର୍ଷା ରେକର୍ଡ ହୋଇଛି

ମଙ୍ଗଳବାର ବୁଧବାର ଭଳି ଗୁରୁବାର ବି ଘଡଘଡି ସହ ବିଜୁଳି ଓ ବର୍ଷାର ଚେତାବନୀ ଦେଇଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ୬ଟି ଜିଲ୍ଲାରେ ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା
ଅରେଂଜ ୱାର୍ଣ୍ଣିଂ
କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଓ ଗଜପତି
-ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ
-୭ରୁ ୧୧ ସେଂଟିମିଟର ବର୍ଷା ହୋଇପାରେ

ସେହିଭଳି ୨୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ବଜ୍ରପାତର ଚେତାବନୀ ଦିଆଯାଇଛି ।

ଅଦିନିଆ ବର୍ଷା ଯୋଗୁଁ ବାଲେଶ୍ୱର ସୋର ଅଂଚଳରେ ବ୍ୟାପକ ପରିବା ଚାଷ ନଷ୍ଟ ହୋଇଛି । ଅମଳ ଆଗରୁ କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ କାଳ ପାଲଟି ଯାଇଛି । ଯାଜପୁରରେ ଚିନାବାଦମ ଫସଲ ନଷ୍ଟ ହୋଇଛି । ପାଣିରୁ ଚିନାବାଦାମକୁ ଛାଣୁଛନ୍ତି ଚାଷୀ । ପୁରୀ ଜିଲ୍ଲାର ସତ୍ୟବାଦୀ, କଣାସ, ନିମାପଡା ଓ କୃଷ୍ଣପ୍ରସାଦ ବ୍ଲକରେ ହେକ୍ଟର ହେକ୍ଟର ଜମିରେ ପନିପରିବା ଓ ରବି ଫସଲ ନଷ୍ଟ ହୋଇଛି । ଚିନାବାଦମ, ବିରି, ମୁଗ, ପୋଟଳ, କୋବି, ଟମାଟୋ, ବାଇଗଣ ଓ ମୂଳା ଆଦି ପନିପରିବା ଚାଷକୁ ବର୍ଷା ଉଜାଡି ଦେଇଛି । ଉଜୁଡା କ୍ଷେତକୁ ଦେଖି ଚାଷୀଙ୍କ ହୋସ ଉଡିଯାଉଛି । ଆଶ୍ୱସ୍ତିର କଥା ହେଉଛି, ଶୁକ୍ରବାରଠାରୁ ବର୍ଷାର ପରିମାଣ କମିବ । ଆଉ ଶନିବାରଠାରୁ ରାଜ୍ୟରେ ପାଗ ଶୁଖିଲା ହୋଇଯିବ ।