ଉତ୍ତର ଓଡିଶାରେ ଆଜି ବଢିବ ବର୍ଷା ! ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ

Advertisment
ଉତ୍ତର ଓଡିଶାରେ ଆଜି ବଢିବ ବର୍ଷା ! ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ

କନକ ବ୍ୟୁରୋ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି। ଏହା ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେଉଁଠି ବର୍ଷା ହୋଇ ନଥିବା ଜଣାପଡ଼ିଛି। ତେବେ ମନସୁନ୍ ଟ୍ରଫ ଏକ ନୂତନ ଲଘୁଚାପ ସହିତ ପୂର୍ବ ରାଜସ୍ଥାନ, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ, ସିଦ୍ଧି, ଜାମସେଦପୁର, ଦିଘା ଏବଂ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରୁ ଉତ୍ତର-ପୂର୍ବକୁ ଗତି କରୁଥିବାରୁ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏହା ବୈତରଣୀ ନଦୀରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ସେପ୍ଟେମ୍ବର ୧୦ରୁ ଆଗାମୀ ସପ୍ତାହ ଯାଏ ଓଡ଼ିଶାରେ କୌଣସି ସ୍ଥାନରେ ବର୍ଷା ହେବନାହିଁ। ପାଖ ଶୁଖିଲା ରହିବ ବୋଲି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe