୧୭ରେ ଘୂର୍ଣ୍ଣିବଳୟ, ୨୧ରୁ ରାଜ୍ୟରେ ବର୍ଷା ସମ୍ଭାବନା: ଆସନ୍ତା ୨୪ ଘଣ୍ଟାରେ ଆଂଶିକ ମେଘାଚ୍ଛନ୍ନ ରହିବ ଦ୍ବୈତନଗରୀର ପାଗ; କାଁ ଭାଁ ସ୍ଥାନରେ ହୋଇପାରେ ହାଲ୍‌କା ବର୍ଷା

Advertisment
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ : ଆଜି ଓ କାଲି କେଉଁଠି ହେବ ବର୍ଷା ?

କନକ ବ୍ୟୁରୋ: ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ସୀମାନ୍ତବର୍ତ୍ତୀ ଜିଲ୍ଲାର କିଛି ସ୍ଥାନକୁ ଛାଡ଼ି ଦେଲେ ରାଜ୍ୟରେ ବର୍ଷା ସମ୍ଭାବନା କ୍ଷୀଣ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ବିଭିନ୍ନ ମଡେଲରୁ ଆକଳନ କରି କହିଛନ୍ତି, ଆସନ୍ତା ୧୭ ତାରିଖ ଦିନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟତଃ ଗତ ୧୩ ତାରିଖରେ ସୃଷ୍ଟ ଲଘୁଚାପ ସ୍ଥାନରେ ସୃଷ୍ଟି ହେବ। କିନ୍ତୁ ଏହା ସ୍ଥଳ ଭାଗ ଆଡ଼କୁ ନଯାଇ ପୂର୍ବ ଆଡ଼କୁ ମୁହାଁଇବ। ୧୯ ତାରିଖ ଦିନ ଆନ୍ଧ୍ର ଉପକୂଳର ଦୂରରେ ଲଘୁଚାପରେ ପରିଣତ ହେବ। ଆହୁରି ମଧ୍ୟ ଅନୁମାନ କରାଯାଉଛି ଯେ, ସେତେବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ମିଆଁମାର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ପରେ ଲଘୁଚାପରେ ପରିଣତ ହେବ।

ସମ୍ଭବତଃ ଆନ୍ଧ୍ର ଉପକୂଳରୁ ସୃଷ୍ଟି ହୋଇଥିବା ଲଘୁଚାପଟି ମିଆଁମାର ଉପକୂଳରେ ହୋଇଥିବା ଲଘୁଚାପ ସହ ମିଶିଯିବ। ଏହାପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଆଡ଼କୁ ମୁହାଁଇବ। ସମ୍ଭବତଃ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହାଦ୍ବାରା ମିଆଁମାର୍, ବାଂଲାଦେଶ ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଓଡ଼ିଶାରେ ୨୧ ତାରିଖଠାରୁ ବର୍ଷା ଆରମ୍ଭ ହେବ ଓ ପ୍ରବଳ ବର୍ଷାର ସମ୍ଭାବନା ଅଛି। ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା କମିବ। କିନ୍ତୁ ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିନାହିଁ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟ ଏବେ ବି ଉକ୍ତ ଅଞ୍ଚଳରେ ରହିଛି। କିନ୍ତୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ। ଏଥିଯୋଗୁଁ ଦକ୍ଷିଣ ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

କେନ୍ଦ୍ରର ନିର୍ଦ୍ଦେଶକଙ୍କ କହିବାନୁସାରେ, ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବାକି ସ୍ଥାନରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ କ୍ଷିଣରୁ ଦକ୍ଷିଣ ଆଡ଼କୁ ଗତି କରି ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟର କେନ୍ଦ୍ର ଦେଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଛି। ଫଳରେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏଣୁ ରାଜ୍ୟରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଯାହା ବି ବର୍ଷା ହେବ, ତାହାର ପରିମାଣ ସ୍ବାଭାବିକଠାରୁ କମ୍ ରହିବ। ପାଗ ପ୍ରାୟତଃ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨୪ ଘଣ୍ଟାରେ ଦ୍ବୈତନଗରୀର ପାଗ ଆଂଶିକ ମେଘାଚ୍ଛନ୍ନ ରହିବ। କାଁ ଭାଁ ସ୍ଥାନରେ ହାଲ୍କା ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe