ଆଜି ୨୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ : ପାଣିପାଗ ବିଭାଗର ପୂର୍ବାନୁମାନ

କନକ ବ୍ୟୁରୋ : ଗତକାଲି ସମୁଦ୍ର ପତ୍ତନରେ ଥିବା ନିମ୍ନଚାପ ରେଖା ଆଜି ମଧ୍ୟ ଉତ୍ତର ପଞ୍ଜାବରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହି ଘୂର୍ଣ୍ଣିବଳୟଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଗୋଟିଏ ନିମ୍ନଚାପରେଖା ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ଯାଏ ଲମ୍ବିଛି । ପାଣିପାଗର ଏହି ନିୟାମକଗୁଡ଼ିକ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ୯ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାଛଡ଼ା ୨୦ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା ଓ ପୁରୀଠାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।

୧ରୁ ୨୪ ଜୁନ୍‌ ସୁଦ୍ଧା ଓଡ଼ିଶାରେ ୧୬୨.୮ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକ ବର୍ଷା ୧୫୬.୧ ମିମିଠାରୁ ପ୍ରାୟ ୪ପ୍ରତିଶତ ଅଧିକ। ଏହି ଅବଧି ମଧ୍ୟରେ ୮ ଜିଲ୍ଲା, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଯାଜପୁର, ଭଦ୍ରକ, କନ୍ଧମାଳ ଓ କେନ୍ଦୁଝରଠାରେ ନିଅଣ୍ଟିଆ ବର୍ଷା ହେଇଛି। ଏହା ସ୍ବାଭାବିକ ବର୍ଷାଠାରୁ ୨୦ରୁ ୫୯% ଯାଏ କମ୍‌। ଏହି ସମୟ ମଧ୍ୟରେ ୨ଜିଲ୍ଲା ଯଥା ପୁରୀ ଓ ସୁନ୍ଦରଗଡ଼ରେ ସ୍ୱାଭାବିକଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇଛି । ୧୦ ଜିଲ୍ଲା ଦେବଗଡ଼, ସମ୍ବଲପୁର, କୋରାପୁଟ, ବରଗଡ଼, ସୋନପୁର, ନୂଆପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମାଲକାନଗିରିଠାରେ ସ୍ୱାଭାବିକଠାରୁ ୨୦ରୁ ୫୯ପ୍ରତିଶତ ଯାଏ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଆଜି ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୫୧.୩ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୫.୦ ମିମି ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe