କନକ ବ୍ୟୁରୋ: ଉତ୍ତରପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆସନ୍ତାକାଲି ସକାଳେ ଅବପାତରେ ପରିଣତ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏହାପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଓ ଉତ୍ତର ଛତିିଶଗଡ଼ ଆଡକୁ ମୁହାଁଇବ । ଯାହାର ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଆସନ୍ତାକାଲି ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ଆଶଙ୍କା ଥିବା ବେଳେ ଉତ୍ତର ଓଡ଼ିଶା ପାଇଁ ରେଡ ୱାର୍ଣ୍ଣିଂ ଦିଆଯାଇଛି ।

Advertisment

୨୦ ତାରିଖ ସକାଳେ ଅବପାତ ଝାରଖଣ୍ଡ ନିକଟରେ ପହଁଞ୍ଚିବ । ଏହାର ପ୍ରଭାବ ଉତ୍ତର- ପଶ୍ଚିମ ଓଡିଶା ଉପରେ ଅଧିକ ପଡ଼ିବ । ତେଣୁ ଉତ୍ତର-ପଶ୍ଚିମ ଓଡିଶାରେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କନକ ନ୍ୟୁଜରେ ପ୍ରତିକ୍ରିୟା ରଖି ଏଭଳି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଏପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୧୯ ଓ ୨୦ ୱାର୍ଣ୍ଣିଂ ଜାରି କରିଛି

ଅଗଷ୍ଟ ୧୯
ରେଡ୍ ୱାର୍ଣ୍ଣିଂ - କେନ୍ଦୁଝର ଓ ମୟୂରଭଞ୍ଜ

ଅରେଞ୍ଜ ୱାର୍ଣ୍ଣିଂ - କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁର, ବାଲେଶ୍ୱର, ଭଦ୍ରକ

ଅଗଷ୍ଟ ୨୦
ଅରେଞ୍ଜ ୱାର୍ଣ୍ଣିଂ – ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୦ ତାରିଖରେ ଛତିଶଗଡର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ରହିଛି ସମ୍ଭାବନା ରହିଛି । ଛତିଶଗଡର ବିଜାପୁର, ନାରାୟଣପୁର, ଦାନ୍ତେୱାଡା, ବସ୍ତର ଓ କଙ୍କେର୍ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ବୈତରଣୀ, ବ୍ରାହ୍ମଣୀ, ମହାନଦୀ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ପ୍ରଭାବିତ ଜିଲ୍ଲାଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ ଅଧିକାରୀମାନେ ଗ୍ରାଉଣ୍ଡ ଜିରୋରେ ଉପସ୍ଥିତ ରହି ନଦୀବନ୍ଧ ଉପରେ ଦୃଷ୍ଟି ରଖିଛନ୍ତି ।