କନକ ବ୍ୟୁରୋ: ଦୁବାଇ ରାଜରାସ୍ତାରେ ପାଣିର ଲହଡ଼ି । ବୁଡ଼ିଲା କାର । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ଆସିଯାଏ । ହେଲେ ଏଠାରେ ବି ଦେଖାଦେଇଛି ବନ୍ୟା ପରିସ୍ଥିିତି । ଦୁବାଇର ବିଭିନ୍ନ ଜାଗାରେ ପାଣି ଜମି ରହିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଦୁବାଇ ବିମାନବନ୍ଦରର ଚଳାଚଳକୁ ମଧ୍ୟ କିଛି ସମୟ ପାଇଁ ରଦ୍ଦ କରିଦିଆଯାଇଥିଲା । ଗୋଟିଏ ଦିନରେ ଏଠାରେ ୧୨୦ ମିଲିମିଟର ବର୍ଷା ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଗୋଟିଏ ବର୍ଷରେ ହାରାହାରି ଏତିକି ବର୍ଷା ହିଁ ହୋଇଥାଏ । ୟୁଏଇରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ସରକାରୀ କର୍ମଚାରୀମାରେ ପ୍ରାୟତଃ ଏବେ ଘରୁ କାମ କରୁଛନ୍ତି । ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି । ପଡ଼ୋଶୀ ଦେଶ ଓମାନରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଗତ କିଛି ଦିନରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି ।
ମରୁଭୂମିରେ ବର୍ଷାର ତାଣ୍ଡବ । ଜଳ ବନ୍ଦୀ ଦୁବାଇ ସହର । ରାସ୍ତାରେ ଭାସୁଛି ଦାମୀ ଗାଡି । ସରକାରୀ କର୍ମଚାରୀ କରୁଛନ୍ତି ୱର୍କ ଫ୍ରମ ହୋମ୍ ।
/kanak/media/post_attachments/wp-content/uploads/2024/04/ss.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)