ବିଭିନ୍ନ ସ୍ଥାନରେ ବର୍ଷା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ତ୍ରାହି ତ୍ରାହି ଡାକୁଥିଲେ ଲୋକେ, ଏବେ ଗରମ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି

198

କନକ ବ୍ୟୁରୋ: ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିରୁ ମିଳିଛି ତ୍ରାହି । ଜଳୁଥିଲା ସୁନ୍ଦରଗଡ । ଏବେ ବର୍ଷା ଆଣି ଦେଇଛି ଆଶ୍ୱସ୍ତି । ସୁନ୍ଦରଗଡରେ ଘୋଟିଆସିଲା କଳାହାଣ୍ଡିଆ ମେଘ । ଆଉ ତୁହାକୁ ତୁହା ବର୍ଷାରେ ଭିଜିଲା ମାଟି । ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଲୋକଙ୍କୁ ଏବେ ଆଶ୍ୱସ୍ତି ମିଳିଛି ।

ଗରମ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡୁଛି । ଏହାରି ଭିତରେ କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାପଡିଛି ଗରମରେ ତ୍ରାହି ତ୍ରାହି ଡାକୁଥିବା ଲୋକମାନଙ୍କୁ ଗରମରୁ କିଛିଟା ଆଶ୍ୱସ୍ତି ପାଇଛନ୍ତି । ଭିଷଣ ତାତି ଯୋଗୁଁ ରାଜ୍ୟରେ ଅସମ୍ଭାଳ ସ୍ଥିତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସକାଳୁ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ । ଗତ କିଛି ଦିନ ଧରି ଉପକୂଳ ଓଡିଶାରେ ଭୀଷଣ ଗରମ ଓ ଗୁଳୁଗୁଳି ହେଉଥିଲା । ତେବେ ଆଜି ବସ୍ତା, ବାଲିଆପାଳ ଏବଂ ଜଳେଶ୍ୱର ଅଂଚଳରେ ସକାଳୁ ସକାଳୁ ମେଘୁଆ ପାଗ ସହିତ ବର୍ଷା ଓ ହାଲୁକା ପବନ ବହୁଛି । ଯାହା ଫଳରେ ତାତି କମିବା ସହିତ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି ।

ଜଳେଶ୍ୱରରେ ମଧ୍ୟ ଅସହ୍ୟ ଗୁଳୁଗୁଳିରୁ ମିଳିଛି ମୁକ୍ତି । ପାଗରେ କିଛିଟା ହୋଇଛି ପରିବର୍ତନ । ଉତର ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ବର୍ଷା ଜୋର୍ ହୋଇଛି । ସକାଳୁ ସକାଳୁ ଜଳେଶ୍ୱର ଓ ଭୋଗରାଇ ଅଂଚଳରେ ବର୍ଷା ହୋଇଥିବାରୁ ଗରମରୁ ମିଳିଛି ତ୍ରାହି । ସେପଟେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଏପଟେ ଓଡ଼ିଶାରେ ମଧ୍ୟ ଜୁନ୍ ୧୫ ସୁଦ୍ଧା ମୌସୁମୀ ବାୟୁ ପହଂଚିବା ସହିତ ବର୍ଷା ହୋବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ।