କନକ ବ୍ୟୁରୋ: ଲଗାଣ ବର୍ଷା ଆଣିଛି ଦୁର୍ଦ୍ଦଶା । ଆଉ ବର୍ଷା ପ୍ରଭାବରେ ଭୁସୁଡ଼ିଲା ବ୍ରିଜ୍ । ନୂଆପଡ଼ା ସଦର ବ୍ଲକ ସାରବଂଗ ନିକଟରେ ଥିବା ଏକ ବ୍ରିଜ୍ ଭୁସୁଡ଼ିପଡ଼ିଛି । ଫଳରେ ପଡ଼ୋଶୀ ଛତିଶଗଡ଼ ସହ ତିନିଟି ପଂଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ସ୍କୁଲ, କଲେଜ, ମେଡ଼ିକାଲ ଯିବାକୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଯୋଙ୍କ ଡ୍ୟାମର ଗେଟ୍ ଖୋଲାଯାଇଥିଲା । ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ସାରାବଙ୍ଗ ବ୍ରିଜ୍ ଭାଙ୍ଗିଥିବା କହିଛନ୍ତି ସ୍ଥାନୀୟ ଲୋକେ ।
ଗଜପତି ମୋହନା ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ବିପଦସଙ୍କୁଳ ଅବସ୍ଥାରେ ୪ଟି ଗାଁର ଲୋକେ । ମୋହନାକୁ ସଂଯୋଗ କରୁଥିବା ବାଢେଇପୁରରୁ ନେଇ , ଧନୁପଙ୍କ ଓ ନୂଆ ସାହି ଗାଁରୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ବୁଧବାର ବର୍ଷାର ପରିମାଣ ଟିକେ କମିବାରୁ ନଦୀରେ ଜଳସ୍ତର ମଧ୍ୟ କମିଛି । ତଥାପି ଲୋକମାନେ ସେହି ବିପଦସଙ୍କୁଳ ଅବସ୍ଥାରେ ପ୍ରଖରସ୍ରୋତରେ ଯିବା ଆସିବା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/Collage-Maker-10-Aug-2022-08.59-PM.jpg)