କନକ ବ୍ୟୁରୋ : ବର୍ଷା କଚାଡିଲା, ବଡଦାଣ୍ଡ ବୁଡିଲା । ଲଘୁଚାପଜନିତ ବର୍ଷାରେ ବେହାଲ ହୋଇଛି ବଡଦାଣ୍ଡ । ଯେଉଁ ଆଡେ ଦେଖିବ ଖାଲି ପାଣି ହିଁ ପାଣି । ପରିସ୍ଥିତି ଏପରି ହେଲା ଯେ, ଲୋକମାନେ ଯିବା ଆସିବା କରିବା ମଧ୍ୟ ସମ୍ଭବ ହେଲା ନାହିଁ । ପାଖାପାଖି ୫ ଫୁଟ ପାଣି ଜମିଲା ଜଗା ଦାଣ୍ଡରେ । ବର୍ଷା ବଢିବା ସାଙ୍ଗେ ପାଣିର ପରିମାଣ ମଧ୍ୟ ବଢିବାରେ ଲାଗିଥିଲା । ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନ ଜାମ ହୋଇଯିବା ପରେ ସ୍ଥିତି ସଂଗୀନ ହୋଇଯାଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ରାସ୍ତା କଡରେ ଥିବା ଦୋକାନ ଘରେ ମଧ୍ୟ ପାଣି ପଶିବାକୁ ଲାଗିଥିଲା ।
/kanak/media/post_attachments/wp-content/uploads/2019/09/xhdtjdgjgfjdgjryifykfhkhfkff.jpg)
ଏଠାରେ ନଳାପାଣି ବଡ଼ଦାଣ୍ଡ ରାସ୍ତାକଡ଼ ଡ୍ରେନ୍ ଟପି ଦୋକାନ ଘରେ ସବୁ ପଶିଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବଡ଼ଦାଣ୍ଡରେ ଚାଲିଚାଲି ଅବା ଗାଡ଼ିମୋଟର ଧରି ଯାଉଥିବା ଲୋକେ କଲବଲ ହୋଇଥିଲେ। ସେହିପରି ମେଡିକାଲ୍ ଛକ ସଂଲଗ୍ନ ଭିଆଇପି ରୋଡ୍, ପ୍ରଭାତ ଲେନ୍ ସହ ଅନ୍ୟାନ୍ୟ ଗଳିକନ୍ଦିରେ ଅଣ୍ଟେ ଉଚ୍ଚରେ ପାଣି ଜମି ରହିଥିଲା। ତେବେ ବାରମ୍ବାର ଏପରି ସ୍ଥିତି ଉପୁଜୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଗୋଟିଏ ପଟେ ପୁରୀର ସୌନ୍ଦର୍ଯ୍ୟ ଲାଗି ପାଣି ପରି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଖୋଦ ବଡଦାଣ୍ଡର ସ୍ଥିତି ସଙ୍ଗୀନ ରହିଛି ।