ପ୍ରବଳରୁ ଅତିପ୍ରବଳ ବର୍ଷିବ! ୨୪ ଘଣ୍ଟା ଭିତରେ ବର୍ଷା ସହ ଝଡତୋଫାନ ଆଶଙ୍କା, ଓଡିଶା ସମେତ ୫ଟି ରାଜ୍ୟ ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Advertisment
ପ୍ରବଳରୁ ଅତିପ୍ରବଳ ବର୍ଷିବ! ୨୪ ଘଣ୍ଟା ଭିତରେ ବର୍ଷା ସହ ଝଡତୋଫାନ ଆଶଙ୍କା, ଓଡିଶା ସମେତ ୫ଟି ରାଜ୍ୟ ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଏ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଉତରାଖଣ୍ଡର ସ୍ଥିତି ଅତି ସଂଗୀନ ହେବ ବୋଲି ଆଇଏମଡି ସତର୍କ କରାଇଦେଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ସେହିପରି ୨୦ଟି ରାଜ୍ୟରେ ବର୍ଷା ଜାରି ରହିବ । ତେବେ ୨୪ ଘଂଟା ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

publive-imageଝଡ଼ ତୋଫାନ ଯୋଗୁଁ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଆଶାନ୍ତ ରହିବା ଆଶଙ୍କା କରାଯାଇଛି । ତେବେ ୮ ତାରିଖ ଅର୍ଥାତ୍ ବୁଧବାର ଦିନ ଓଡ଼ିଶାରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ବୁଲେଟିନ୍ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ ।

publive-imageଉତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କାରଣରୁ ପାଣିପାଗରେ ପରିବର୍ତନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହା ସହ କିଛି ସ୍ଥାନରେ ଝଡତୋଫାନ ନେଇ ବି ଆଶଙ୍କା ରହିଛି । ମୟୁରଭଞ୍ଜ, ବାଲେଶ୍ୱେର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, କେନ୍ଦୁଝରେ ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିଛି । ସେହିପରି ସମ୍ବଲପୁର, ଝାରସୁଗୁଡା, ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଦେଓଗଡ ,ଢେଙ୍କାନାଳରେ ଓ ସୁନ୍ଦରଗଡରେ ଅତି ପ୍ରବଳ ବର୍ଷାରୁ ଆଶଙ୍କା ରହିଛି ।

ଆସନ୍ତାକାଲି ସମ୍ବଲପୁର,ଦେଓଗଡ ଓ ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ସେହିପରି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୋନପୁର, କଳାହାଣ୍ଡି, ବୈାଦ୍ଧରେ ପ୍ରବଳ ବର୍ଷା ହୋଇପାରେ । ଏହି ମସୟରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe