ଲଗାଣ ବର୍ଷା ଲାଗି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର ! ଫୁଲୁଛି ମହାନଦୀ, ବୈତରଣୀ, କୁଶଭଦ୍ରା ଓ ଦେବୀ ।

31

ଲଗାଣ ବର୍ଷା ଲାଗି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର । ବର୍ଷା ଯୋଗୁଁ ଫୁଲୁଛି ମହାନଦୀ, ବୈତରଣୀ, କୁଶଭଦ୍ରା ଓ ଦେବୀର ଜଳସ୍ତର । ଆଖୁଆପଦାଠାରେ ବିପଦ ସଙ୍କେତ ପାଖରେ ବୈତରଣୀ ପ୍ରବାହିତ ହେଉଛି । ଏଠାରେ ବୈତରଣୀର ବିପଦ ସଙ୍କେତ ୧୭ ଦଶମିକ୍ ଆଠ ତିନି ଥିବାବେଳେ ଏଠାରେ ନଦୀର ଜଳସ୍ତର ୧୭ ଦଶମିକ୍ ସାତ ଶୂନ ରହିଛି । ସେହିପରି ମହାନଦୀ ଅବବାହିକାରେ ଥିବା ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବା କାରଣରୁ ମହାନଦୀ ର ଜଳସ୍ତର ଫୁଲିବାରେ ଲାଗିଛି ।

ସେପଟେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇଛି ଜଗତସିଂହପୁର । ଜଗତସିଂହପୁର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ସହର ଭିତରେ ବି ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ଲଗାଣ ବର୍ଷା ଫଳରେ ରାଧାମାଧବ ଜୀଉ ମନ୍ଦିର ବି ପାଣିରେ ବୁଡି ରହିଛି । ଆଉ ଏକର ଏକର ଚାଷ ଜମିରେ ବି ପାଣି ମାଡି ଯାଇଛି ।