ତାଳଚେରରେ ୩୯୪ ମିମି ବର୍ଷା ରେକର୍ଡ : ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

128

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି  । ତାଳଚେରରେ ସର୍ବାଧିକ ୩୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି  । ସୋନପୁର ବୀରମହାରାଜପୁରରେ ୩୭୨ ମିଲିମିଟର ବର୍ଷା ହୋଇଛି  । ରାଜ୍ୟର ୧୭ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଥିବା ବେଳେ ୩୫ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ୪୫ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି  । ଅପରାହ୍ଣରେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମିବ  । ଆଜି ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ୨୪ ଘଂଟାରେ କେଉଁ ଜିଲ୍ଲାରେ କେତେ ବର୍ଷା ରେକର୍ଡ ?

୨୪ ଘଂଟାର ବର୍ଷା ରେକର୍ଡ

ତାଳଚେର-  ୩୯୪ ମିମି

ବୀରମହାରାଜପୁର- ୩୭୨ ମିମି

ସୋନପୁର- ୨୮୨.୮ ମିମି

ବୌଦ୍ଧ- ୨୬୨ ମିମି

ପାଟଣାଗଡ଼- ୨୫୧ ମିମି

ବଅଁରପାଳ- ୨୪୫.୬ ମିମି

ବଲାଙ୍ଗୀର- ୨୪୦ ମିମି

ହିନ୍ଦୋଳ- ୨୩୯ ମିମି

ପାଇକମାଳ- ୨୩୭ ମିମି

ବରୀ- ୨୧୧ ମିମି

ମାହାଙ୍ଗା- ୨୦୫ ମିମି

ଅନୁଗୁଳ-୨୦୧.୬ ମିମି

ବାଙ୍କୀ- ୧୯୦ ମିମି

ଫୁଲବାଣୀ- ୧୮୧.୬ ମିମି