ଢ଼େଙ୍କାନାଳରୁ ମାଲକାନଗିରି ଯାଏଁ ସବୁଠି ଆସିଲା ଜଳ ପ୍ରଳୟ ଚିତ୍ର, ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ । ଓଡ଼ିଶାରେ ଆହୁରି ଦୁଇ ଦିନ ବର୍ଷିବ, ୧୯ରେ ଆଉ ଏକ ଲଘୁଚାପ ଆଶଙ୍କା ।

224

କନକ ବ୍ୟୁରୋ: ଲଗାଣ ବର୍ଷାରେ ଢେଙ୍କାନାଳ ନୀଳକଣ୍ଠପୁରରେ ପୋଲ ଧୋଇଯିବା ସହ ଆପ୍ରୋଚ ରୋଡ୍ରେ ୪୦ ଫୁଟ୍ ଘାଇ ସୃଷ୍ଟି ହୋଇଛି । ମାତ୍ର ବର୍ଷକ ତଳେ ନିର୍ମାଣ ହୋଇଥିବା ରାସ୍ତା ଧୋଇଯିବା ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ସ୍ଥାନୀୟ ଲୋକେ । .. .. ସେପଟେ ଶୁକ୍ରବାର ରାତିରୁ ମୂଷଳ ଧାରାରେ ବର୍ଷା ଯୋଗୁଁ ପାଲଲହଡା ଥାନା ସହରଗୁର୍ଜଙ୍ଗ ଗାଁ ରାସ୍ତାରେ ୨ଫୁଟ୍ର ପାଣି ଚାଳୁଛି । ଫଳରେ ଏହି ରାସ୍ତାରେ ଯାତାୟତ ପୁରା ଠପ୍ ହୋଇଯାଇଛି ।

ଲଗାଣ ଲଘୁଚାପ ବର୍ଷା ପରେ ଭଦ୍ରକର ଧାମନଗର ଏନଏସି ଅଫିସରେ ପଶିଛି ପାଣି । ପ୍ରବଳ ବର୍ଷା ପରେ ଏନଏସି ଅଂଚଳର ହବିବନଗର, ବ୍ଲକ ଛକ, ଧାମନଗର ମୁଖ୍ୟ ରାସ୍ତାରେ ପାଣି ଜମିଛି । ଧାମନଗର ଭଳି ଲଗାଣ ବର୍ଷାରେ କାମାକ୍ଷାନଗର ଉପଖଣ୍ଡର ଅନେକ ଅଂଚଳ ଜଳବନ୍ଦି ହୋଇଛି । ଜଳ ନିଷ୍କାସନ ହୋଇନପାରିବାରୁ ଲୋକଙ୍କ ଘରେ ପଶିଛି ପାଣି । କାମାକ୍ଷାନଗରରୁ ଭୁବନକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଦୟଣାବିଲ ନିକଟରେ ଡମଶାଳ ପୋଲ ଉପରେ ଚାଲୁଛି ୪ ଫୁଟରେ ପାଣି । ଫଳରେ କାମାକ୍ଷାନଗରରୁ ଭୁବନକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

ଲଗାଣ ବର୍ଷା ପରେ ମାଲକାନଗିରିରେ ଭୟଙ୍କର ହେଲାଣି ବନ୍ୟାସ୍ଥିତି । ରାଜପଥ ଉପରେ ନଦୀର ଭ୍ରମସୃଷ୍ଟି କରୁଛି ବନ୍ୟା ପାଣି । (ରେସ୍କ୍ୟୁ ଭିଜୁଆଲ) .. କାଙ୍ଗୁରୁକୋଣ୍ଡା ପୋଲ ଉପରେ ଏବେ ୫ରୁ ୮ ଫୁଟ ଉଚ୍ଚରେ ପାଣି ଚାଲୁଛି । ଏପରି ସ୍ଥିତିରେ ଶନିବାର ସକାଳେ ଆନ୍ଧ୍ରରୁ ଏକ ପରିବା ବୋଝେଇ ଟ୍ରକ ପୋଲ ପାର ହେବା ବେଳେ ଅଧାପୋଲ ଝୁଲି ରହିଲା ଟ୍ରକ । ବନ୍ୟାପାଣିରେ ଫସି ରହିଥିଲେ ଟ୍ରକ ଡ୍ରାଇଭର ଓ ହେଲ୍ପର । ସେମାନଙ୍କୁ ସୋଲ ଡଙ୍ଗା ଜରିଆରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।

ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଏହି ବର୍ଷା ଆହୁରି ୨ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିରିକି ଆସନ୍ତା ୨୪ ଘଂଟା ପାଇଁ ୧୨ଟି ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ରବିବାର ସକାଳ ମଧ୍ୟରେ ସମ୍ବଲପୁର, ଦେବଗଡ, ବରଗଡ, ଝାରସୁଗୁଡା ଏବଂ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୧୬ ତାରିଖରେ ୭ଟି ଜିଲ୍ଲା ମୁଖ୍ୟତଃ କୋରାପୁଟ, ନୂଆପଡା, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୧୭ ତାରିଖରେ ପାଗରେ କିଛି ମାତ୍ରାର ପରିବର୍ତନ ହେଲେ ମଧ୍ୟ ୧୮ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭବନା ରହିଛି ।

ଅନ୍ୟପଟେ ୧୯ରେ ଉତର ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରୁ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । କିଛି ଦିନ ତଳେ ବର୍ଷା ଅଭାବରେ ଚାଷୀ ଚିନ୍ତାରେ ଥିବା ବେଳେ ଏବେ ଲଗାଣ ବର୍ଷା ପରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ।