source : Met Office
କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରରୁ ଉତ୍ତର-ପୂର୍ବ ଦିଗକୁ ମନସୁନ ଟ୍ରାପ ଜାରି ରହିଥିବାରୁ ଏହା ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଜାରି ରହିଛି । ଏହି ବର୍ଷା ଆହୁରି ୨ ଦିନ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଆଜି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ , ଦେବଗଡ, ସମ୍ବଲପୁର, ଝାରୁସୁଗୁଡା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଚେତାବନୀ ଦିଆଯାଇଛିା ଆସନ୍ତାକାଲି ବି କେତୋଟି ଜିଲ୍ଲାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସେପ୍ଟେମ୍ବର ୧ ତାରିଖରେ ବଙ୍ଗୋପସାଗରର ଉତ୍ତରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଯାହା ସୂଚନା ଦେଇଥିଲା, ତାହା ଟଳି ଯାଇଛି। ମାତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଦିଗକୁ ମନସୁନ୍ ଟ୍ରପ ଜାରି ରହିଥିବାରୁ ଏହାର ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରାଜ୍ୟର ବିଶେଷକରି ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିଥିଲା। ଉତ୍ତର ଓ ପୂର୍ବ ଓଡ଼ିଶାରେ ପାଗ ମେଘୁଆ ରହିଥିଲା, ମାତ୍ର ବର୍ଷା ହୋଇ ନଥିଲା। ପଶ୍ଚିମ ଓଡ଼ିଶାର ସୋନପୁର ଜିଲ୍ଲାରେ ସର୍ବାଧିକ ୬୧ ମିମି ବୃଷ୍ଟିପାତ ହୋଇଥିବାବେଳେ ସୁନ୍ଦରଗଡ଼ରେ ୧୬ ମିମି, ସମ୍ବଲପୁରରେ ୩୭ ମିମି, ଝାରସୁଗୁଡ଼ାରେ ୪୧ ମିମି, ପାରାଦୀପରେ ୩୫ ମିମି, ଭୁବନେଶ୍ୱରରେ ୨୮ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି।
Follow Us