ଆସନ୍ତା ୪୮ ଘଣ୍ଟା ଭିତରେ ପ୍ରବଳ ବର୍ଷାର ସମ୍ଭାବନା ! ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ଜାରି ହେଲା ସତର୍କ ସୂଚନା ।

Advertisment
ଆସନ୍ତା ୪୮ ଘଣ୍ଟା ଭିତରେ ପ୍ରବଳ ବର୍ଷାର ସମ୍ଭାବନା ! ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ଜାରି ହେଲା ସତର୍କ ସୂଚନା ।

www.nbclosangeles.com

ଗତ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକସ୍ଥାନରେ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ବର୍ଷା ସମୟରେ ବିଜୁଳି ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ବି ରହିଛି।

ତେବେ ସୂଚନା ଅନୁଯାୟୀ, ଆସନ୍ତା ୨୦.୯.୧୮ ରେ କୋରାପୁଟ, ସମ୍ବଲପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ପୁରୀ, ଏବଂ ଅନ୍ୟ କେତେକ ଜିଲ୍ଲା ମାନଙ୍କରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।

ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ଫଳରେ ଆଗାମୀ ୨ ଦିନ ଧରି ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବିମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବାରଣ କରିଛି। ଏଥି ସହିତ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe