ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷିବ 

379

କନକ ବ୍ୟୁରୋ: ଆଜି ଦକ୍ଷିଣ ଓ ଉତର ଓଡ଼ିଶାରେ ହାଲୁକା ଧରଣର ବର୍ଷାର ସମ୍ଭାବନା ରହିଛି । ଏହାସହ ନବରଂଗପୁର, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ନୂଆପଡା, ବଲାଙ୍ଗିର, ଗଜପତି, ଗଂଜାମ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର ବିଶ୍ୱାସ ଏହା କହିଛନ୍ତି ।

ଗତ ୨୪ ଘଂଟାରେ ଗଜପତି ଏବଂ କୋରାପୁଟରେ ୧୪୮ ମିଲିମିଟର ବର୍ଷା ହୋଇଛି । ଚଳିତ ମାସରେ ୭୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । କିନ୍ତୁ ଚଳିତ ଋତୁରେ ବର୍ଷାର ପରିମାଣ ଏବେ ବି ୧୦ ପ୍ରତିଶତରୁ କମ୍ ରହିଛି । ମିଆଁମାର ଏବଂ ବାଂଲାଦେଶରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ପଶ୍ଚିମବଙ୍ଗ ଉପରେ ରହିଛି । ୨୯-୩୦ ବେଳକୁ କିନ୍ୁ ଏହାର ପ୍ରଭାବରେ ଉତର ଓଡିଶାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।