ସପ୍ତାହେ ଯାଏଁ ବର୍ଷିବ ! ଆସନ୍ତାକାଲି ପାଇଁ ୪ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

537

ସପ୍ତାହେ ଯାଏଁ ଲାଗି ରହିବ ବର୍ଷା । ଆସନ୍ତାକାଲି ପାଇଁ ୪ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି । ଆଗାମୀ ସପ୍ତାହେ ଧରି ଲାଗିରହିବ ବର୍ଷା । ଏହି ୪ ଟି ଜିଲ୍ଲା ମଧ୍ୟରେ ରହିଛି କୋରାପୁଟ,ମାଲକାନଗିରି,କନ୍ଧମାଳ ଏବଂ କଳାହାଣ୍ଡି । ଏହି ୪ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଭୀଷଣ ବର୍ଷାକୁ ଆଖି ଆଗରେ ରଖି ୧୧ ଟି ଜିଲ୍ଲାକୁ ୟେଲୋ ଆଲର୍ଟ  ଜାରି କରିଛି ପାଣିପାଗ ବିଭାଗ ।ଗଜପତି,ଗଞ୍ଜାମ,ରାୟଗଡା,ଜଗତସିଂହପୁର,ଖୋର୍ଦ୍ଧା,ନବରଙ୍ଗପୁର,ପୁରୀ,କଟକ,କେନ୍ଦ୍ରାପଡା,ବୌଦ୍ଧ,ଭଦ୍ରକ ଆଦି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରୀ କଲା ପାଣିପାଗ ବିଭାଗ ।