ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ । ରାଜରାସ୍ତାରେ ଜମିଛି ଅଣ୍ଟାଏ ଉଚ୍ଚର ପାଣି

Advertisment
ଲଗାଣ ବର୍ଷାରେ ବେହାଲ ମୁମ୍ବାଇ : ସ୍କୁଲ ବନ୍ଦ, ୪୮ ଘଣ୍ଟା ପର୍ଯ୍ୟନ୍ତ ରେର୍ଡ଼ ଆଲର୍ଟ

କନକ ବ୍ୟୁରୋ : ଲଗାଣ ବର୍ଷାରେ ଏବେ ମୁମ୍ବାଇ ସହର ଉବୁଟୁବୁ। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ମୁମ୍ବାଇରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଜାତୀୟ ଗଣମାଧ୍ୟମଠାରୁ ମିଳିଥିବା ସୂଚନା ଅନୁସାରେ, ନଦୀରେ ଗାଧୋଉଥିବାବେଳେ ବନ୍ୟାରେ ଭାସି ଯାଇଛି। ତାକୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୪୦ ମିମି ବର୍ଷା ହୋଇଛି। ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।ମୋଟ  ୩୦ଟି ବିମାନ ବାତିଲ ହୋଇଥିବାବେଳେ ୧୧୮ଟି ବିମାନ ବିଳମ୍ବରେ ଉଡାଣ ଭରିଛି ।

publive-image source : google

ସେହିପରି ଅନେକ ଟ୍ରେନ୍କୁ ବାତିଲ କରିଦିଆଯାଇଛି। ପଲଘର ଏବଂ ଥାନେରେ ଜଣେ ୭ ବର୍ଷର ବାଳକ ସମେତ ୨ ଜଣ ଡ୍ରେନ୍ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ୨ଜଣ ବିଏମ୍ସି କର୍ମୀ ମଧ୍ୟ ବନ୍ୟାଜନିତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏନଡିଆରଏଫ ଏବଂ ନୌସେନା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ମୁମ୍ବାଇରେ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ମୁମ୍ବାଇ ଏବଂ ଏହାର ଆଖାପାଖ ଅଞ୍ଚଳରେ ବର୍ଷା କମିଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶାରେ କିଛି ବି ପରିବର୍ତ୍ତନ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe