ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷିବ: ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

478

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରିୟ ବଂଗୋପସାଗର ୭ତାରିଖରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଉ ଏହାର ପ୍ରଭାବରେ ପରବର୍ତି ୪୮ଘଂଟାରେ ପଶ୍ଚିମ-କେନ୍ଦ୍ରିୟ ବଂଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ମଧ୍ୟ ଆକଳନ କରିଛି ।

ଲଘୁଚାପ ପ୍ରଭାବରେ ୭ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ସତର୍କ କରିଛି ପାଣିପାଗ ବିଭାଗ । ସ୍ଥିତିକୁ ନଜରରେ ରଖି .. ୭ ତାରିଖ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଓ କୋରାପୁଟ ଜିଲ୍ଲାକୁ ଏଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ୫ ଜିଲ୍ଲା ବ୍ୟତିତ ଉପକୂଳ ଓଡିଶା, ଉତରଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ କରିଛି ପାଣିପାଗ ବିଭାଗ ।

୮ତାରିଖ ପାଇଁ ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ରାୟଗଡା ପାଇଁ ଏଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କଳାହାଣ୍ଡି, ନୟାଗଡା, କନ୍ଧମାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୯ତାରିଖରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ୧୦ ତାରିଖରେ ବର୍ଷାର ପରିମାଣ ଉପକୂଳ ଓଡିଶାରେ କମିବ ଓ ପଶ୍ଚିମ ଓଡିଶାରେ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ସତର୍କ କରିଛି ପାଣିପାଗ ବିଭାଗ ।

୧୦ତାରିଖ ପରେ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡକୁ ମୁହାଁଇବ । ଆଉ ତାପରେ ଅର୍ଥାତ ୧୧ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ଫଳରେ ଛତିଶଗଡ଼ ଉପରମୁଣ୍ଡ ସମେତ ତଳମୁଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।