ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସାଜିଲା କାଳ । ବିପଦ ସଂକୁଳ ଉପରେ ପ୍ରଭାବିତ ହେଉଛି ଅନେକ ନଦୀ

137

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ବନ୍ୟାର ପ୍ରଳୟ । ମଧ୍ୟ ପ୍ରଦେଶରେ ୨ଟି ପୋଲକୁ ଭସାଇ ନେଇଛି ବନ୍ୟା ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାତିଆ ଜିଲ୍ଲାରେ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ମଧ୍ୟ ପ୍ରଦେଶର ଅନେକ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଏ ଭିତରେ ଦାତିଆ ଜିଲ୍ଲାରେ ବନ୍ୟାରେ ପୋଲ ଭାସିଯିବା ଘଟଣାକୁ ସ୍ଥାନିୟ ବାସିନ୍ଦା ସହଜରେ ଗ୍ରହଣ କରି ପାରିନାହାଁନ୍ତି । ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ।