କନକ ବ୍ୟୁରୋ : ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ନିକଟ ଚଢିଆପଲ୍ଲୀରେ ତିଆରି ହୋଇଥିବା ଅସ୍ଥାୟୀ ପୋଲ ଭାସି ଯାଇଛି । ଫଳରେ ବେଲଗୁଣ୍ଠାରୁ ବାଲିପଦରକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଗାଡି ଚଳାଚଳ କରୁଥିବାରୁ ପୋଲ ଭାସିଯିବାରୁ ଲୋକେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି । ୪ ବର୍ଷ ହେବ ବୋଡା ନଦୀ ଉପରେ ସେତୁ କାମ ଚାଲୁଥିବାରୁ ଏହି ପୋଲ ନିର୍ମାଣ କାମରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ପୋଲ ଉପରେ ପାଣି ଚାଲୁଥିବାରୁ ଶହେ ମିଟର ଯିବା ପାଇଁ ୧୨ କିଲୋମିଟର ବୁଲି ଯିବାକୁ ପଡୁଛି ।
ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ : ବେଲଗୁଣ୍ଠାରୁ ବାଲିପଦରକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍
/kanak/media/post_attachments/wp-content/uploads/2021/09/vlcsnap-2021-09-14-09h13m12s488.png)