କନକ ବ୍ୟୁରୋ : ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ରାଜଧାନୀରେ ବର୍ଷା ସହ କୁଆପଥର ମାଡ ହୋଇଥିବା ବେଳେ କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏହାଛଡା ବିଭିନ୍ନ ଜିଲ୍ଲାରେ ନିର୍ଦ୍ଧୁମ ଛେଚୁଛି ବର୍ଷା । ଘଡଘଡି ସହ ବର୍ଷା ହେଉଥିବାରୁ ମନରେ ଭୟ ଦେଖାଦେଉଛି ।
ସେହିଭଳି ପଶ୍ଚିମ ଓଡ଼ିଶାରେ ମଧ୍ୟ ପଶ୍ଚିମାଝଡର ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗୀର ଓ ଟିଟିଲାଗଡରେ ଘଡଘଡି ସହ ବର୍ଷା ଓ କୁଆପଥର ମାଡ ହେଉଛି । ତେବେ ଗତ ୨ ଦିନ ହେବ ଏମିତି ବର୍ଷା ଗ୍ରୀଷ୍ମର ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/7e6c1da503422c81038bd79473d66dc4-750x430-1.jpg)