ଭାସୁଛି ବିହାର, ଭାଙ୍ଗୁଛି ଉତ୍ତରାଖଣ୍ଡର ପାହାଡ: ଲଗାଣବର୍ଷା ଯୋଗୁଁ ବେହାଲ ପୂର୍ବରୁ ଉତ୍ତର ଭାରତ

249

କନକ ବ୍ୟୁରୋ: ଲଗାଣବର୍ଷା କେବଳ ଆସାମରେ ନୁହେଁ କ୍ରମଶ ଦେଶର ବିଭିନ୍ନ ରାଜ୍ୟ ପାଇଁ ସମସ୍ୟା ଆଣିଛି । ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ପରି ପୂର୍ବୋତର ରାଜ୍ୟ ପରେ ଏବେ ଉତରପୂର୍ବ ରାଜ୍ୟରେ ବି କାଳ ସାଜିଛି ଲଗାଣ ବର୍ଷା । ବିହାର, ଉତରାଖଣ୍ଡ, ଦିଲ୍ଲୀ, ମୁମ୍ବାଇରେ ଦିନକର ଲଗାଣବର୍ଷା ବନ୍ୟା ଓ ଭୁସ୍କଳନର ସମସ୍ୟା ନେଇ ଆସିିଛି । ଟିଭି ସ୍କ୍ରିନରେ ଆପଣ ଦେଖି ପାରୁଥିବେ ୪ରାଜ୍ୟର ବନ୍ୟା ସ୍ଥିିତି । ବିହାର, ଉତରାଖଣ୍ଡ, ଦିଲ୍ଲୀ ଓ ମୁମ୍ବାଇରେ କିଭଳି ବର୍ଷା ପରର ସ୍ଥିତି କେମିତି ରହିଛି । କେଉଁଠି ନଦୀ ଉଛୁଳିଛି ତ ପୁଣି କେଉଁଠି ଭୟଙ୍କର ଭୁସ୍କଳନ ଚାଲିଛି । ମୁମ୍ବାଇରେ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାବେଳେ ହାଇଆର୍ଲଟ ଜାରି କରାଯାଇଛି । ସେପଟେ ଦିଲ୍ଲୀରେ ବୁଧବାର ରାତିରୁ ପ୍ରବଳ ବର୍ଷା ଚାଲିଛି ।

ଲଗାଣବର୍ଷା ପରେ ବିହାରର ସ୍ଥିତି କିଛି ଏଭଳି ରହିଛି । ଘରଦ୍ୱାରା ବଜାରଘାଟ ସବୁଠି କେବଳ ବର୍ଷା ପାଣି ହିଁ । ବର୍ଷା ପାଣି ଭିତରେ ଉବୁଟୁବୁ ଥାନା । ଅକାଳେ ନିମୟ ନାସ୍ତି ପରି ପାଣି ଭିତରେ ରହି ପୁଲିସ ଅଧିକାରୀଙ୍କୁ କାମ କରିବାକୁ ପଡୁଛି । ଘଂଟା ଘଂଟା ଧରି ଏଭଳି ସ୍ଥିତିରେ କାମ କରିବା ପରେ ବାଧ୍ୟ ହୋଇ ପୁଲିସ ବାବୁ ମାନେ ଆସାବପତ୍ର ସ୍ଥାନାନ୍ତର କରି କାମ କରୁଛନ୍ତି ।

ଲଗାଣବର୍ଷା ଯୋଗୁଁ ବେହାଲ ହୋଇପଡିଛି ମୁମ୍ବାଇ । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ୨୪ ଘଂଟା ପାଇଁ ଆର୍ଲଟ ଜାରି କରାଯାଇଛି । ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କ ବାରଣ କରାଯାଇଛି । ଲଗାଣବର୍ଷା ଯୋଗୁଁ ମଣିପୁରରେ ବଡ ଧରଣରର ଭୁସ୍କଳନ ଜାରି ରହିଛି । ବିଭିନ୍ନ ସ୍ଥାନରେ ଯାତ୍ରୀ ଫଶି ରହିଥିବାବେଳେ ସେମାନଙ୍କୁ ଉଦ୍ଧାର କରୁଛି ସେନା ।

ରାସ୍ତା ଉପରେ ବଡ ବଡ ପଥଖଣ୍ଡ ଖସିପଡିବା ଯୋଗୁଁ ଯାତାୟତ ବେଶ ବାଧାପ୍ରାପ୍ତ ହେଉଛି । ରାଜଧାନୀ ଦିଲ୍ଲୀରେ ବୁଧବାର ମଧ୍ୟ ରାତ୍ରରୁ ପ୍ରବଳ ବର୍ଷା ଜାରି ରହିଛି । ଲଗାଣବର୍ଷା ଯୋଗୁଁ ସ୍ଥାନେ ସ୍ଥାନେ ଜମାଟ ବାନ୍ଧିଛି ବର୍ଷା ପାଣି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା କଷ୍ଟକର ହୋଇପଡିଛି । ସେପଟେ ବର୍ଷା ଯୋଗୁଁ ଦିଲ୍ଲୀରେ ବଡ ଧରଣର ଟ୍ରାଫିକ ଜାମ ଦେଖିବାକୁ ମିଳିଛି । ବର୍ଷା ଆରମ୍ଭରୁ ହିଁ ଉତରାଖଣ୍ଡରେ ଦୁର୍ଦଶା ଆରମ୍ଭ ହୋଇସାରିଛି । ପାହାଡିଆ ରାଜ୍ୟ ଉତରାଖଣ୍ଡରେ ସ୍ଥାନେ ସ୍ଥାନେ ବର୍ଷା ସାଙ୍ଗକୁ ଜାରି ରହିଛି ଭୁସ୍କଳନ । ଗୋଟେ ପଟେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଅନ୍ୟପଟେ ବର୍ଷା ସାଙ୍ଗକୁ ବନ୍ୟା ଓ ଭୁସ୍କଳନ ବଡ ସମସ୍ୟା ଆଣିଛି ।ଆଗାମୀ କିଛି ଦିନ ଧରି ସମାନ ସ୍ଥିତି ଜାରି ରହିବ ବୋଲି କହିଛି ଆଚଂଳିକ ପାଣିପାଗ।

ଆସାମରେ ପ୍ରଳୟଙ୍କାରୀ ବନ୍ୟା ସମସ୍ୟା ଚାଲିଛି ।କ୍ରମଶ କିଛି ଉତର ଉତର ପୂର୍ବ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଲାଣି । ବର୍ଷା ରୁତୁରେ ଏଭଳି ସମସ୍ୟା ପ୍ରତିବର୍ଷ ସୃଷ୍ଟି ହେଉଛି ଓ ପ୍ରକୃତିର ପ୍ରକୋପରେ ଯାଉଛି ଅନେକ ଧନଜୀବନ ।