କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ । ରାସ୍ତା ଉପରେ ଜମିଲା ଅଣ୍ଠୁଏ ଉଚ୍ଚର ପାଣି । ସେପଟେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ଟୁଇନ୍ ସିଟିକୁ ସତର୍କ କଲା ପାଣିପାଗ ବିଭାଗ । ଏହା ସହ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଦୁଇ ଘଂଟାରୁ ଅଧିକ ସମୟ ହେଲା ବର୍ଷା ଲାଗି ରହିଥିବା ବେଳେ ଲୋକେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଜନଜୀବନ ବାଧାପ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଜମିଥିବାରୁ ଅଟକି ରହିଛି ଗାଡ଼ିମଟର । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଇସ୍କନ୍ ମନ୍ଦିର ସାମ୍ନାରେ ମଧ୍ୟ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ।