ଭୁବନେଶ୍ୱରରେ ପ୍ରବଳ ବର୍ଷା । ରାସ୍ତା ଉପରେ ଛୁଟୁଛି ପାଣିର ସୁଅ । ବୁଡିଗଲା କାର, ବାଇକ 

Advertisment
ଭୁବନେଶ୍ୱରରେ ପ୍ରବଳ ବର୍ଷା । ରାସ୍ତା ଉପରେ ଛୁଟୁଛି ପାଣିର ସୁଅ ।  ବୁଡିଗଲା କାର, ବାଇକ 

କନକ ବ୍ୟୁରୋ: ଭୁବନେଶ୍ୱରରେ ଜାରି ରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି । ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ଜଳାର୍ଣ୍ଣବ ମଧ୍ୟ ହୋଇଛି । ପ୍ରାୟ ୧ ଘଣ୍ଟା ହେବ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ବିଭିନ୍ନ ଛକରେ ଗାଡିମଟର ଅଟକି ରହିଛି ।

ବର୍ଷା ଯୋଗୁଁ ଅନେକ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ବର୍ଷାରେ ରାଜଧାନୀରେ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କାର ମଧ୍ୟ ବୁଡି ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜୟଦେବ ବିହାର, ବାଣିବିହାର, ଆଚାର୍ଯ୍ୟ ବିହାର ଛକରେ ପାଣିର ସୁଅ ଛୁଟୁଥିବାର ଚିତ୍ର ସାମ୍ନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe