କନକ ବ୍ୟୁରୋ: ଭୁବନେଶ୍ୱରରେ ଜାରି ରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି । ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ଜଳାର୍ଣ୍ଣବ ମଧ୍ୟ ହୋଇଛି । ପ୍ରାୟ ୧ ଘଣ୍ଟା ହେବ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ବିଭିନ୍ନ ଛକରେ ଗାଡିମଟର ଅଟକି ରହିଛି ।
ବର୍ଷା ଯୋଗୁଁ ଅନେକ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ବର୍ଷାରେ ରାଜଧାନୀରେ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କାର ମଧ୍ୟ ବୁଡି ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜୟଦେବ ବିହାର, ବାଣିବିହାର, ଆଚାର୍ଯ୍ୟ ବିହାର ଛକରେ ପାଣିର ସୁଅ ଛୁଟୁଥିବାର ଚିତ୍ର ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/11-12.jpg)