ଲଗାଣ ବର୍ଷା ପରେ ଭଦ୍ରକରେ ଜନଜୀବନ ବେହାଲ । ମିର୍ଜାପୁର ଓ ଗୁଜିଦରଡା ଅଂଚଳରେ ଘରେ ପଶିଲା ପାଣି

39

କନକ ବ୍ୟୁରୋ : ଦୁଇଦିନର ଲଗାଣ ବର୍ଷା ଯୋଗୁଁ ଭଦ୍ରକରେ ଜନଜୀବନ ବେହାଲ ହୋଇଛି । ଭଦ୍ରକ ସହରାଂଚଳ ନିକଟ ମିର୍ଜାପୁର ଓ ଗୁଜିଦରଡା ଅଂଚଳରେ ପାଣି ପଶିଯିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଲୋକେ ଘରୁ ବାହାରିପାରୁନାହାନ୍ତି । ଗତ ଦୁଇଦିନ ଧରି ପ୍ରବଳ ପାଣି ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଲଗାଣ ବର୍ଷା ଫଳରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଅଧିକ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ ।

 

ଘର ଭିତରେ ପାଣି ପଶିଯିବା ଦ୍ୱାରା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାଘାଟ ପାଣିରେ ବୁଡିଥିବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି । ସେପଟେ ଲଗାଣ ବର୍ଷାରେ ବେହାଲ ସୁନ୍ଦରଗଡ ସହର । ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡିଛି । ସକାଳୁ ସୁନ୍ଦରଗଡର ସ୍କୁଲଗୁଡିକରେ ଛୁଟି ଘୋଷଣା କରାଯାଇଛି । କୁତ୍ରା ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ରହିଛି । ପାଣି ଘେରରେ ରହିଛି ସ୍କୁଲ ଓ ସରକାରୀ ଅଫିସ । କୁତ୍ରାର କେନ୍ଦ୍ରୀୟ ବିଦ୍ୟାଳୟରେ ପାଣି ପଶିଯିବା ଯୋଗୁଁ ସ୍କୁଲ କର୍ତୃପକ୍ଷ ଛୁଟି ଘୋଷଣା କରିଛନ୍ତି । ସେହିଭଳି କୁତ୍ରା ପଶୁ ଡାକ୍ତରଖାନା, ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସରେ ବି ପାଣି ପଶିଯାଇଛି ।