ଆସନ୍ତାକାଲି ଠାରୁ ପ୍ରବଳ ବର୍ଷିବ, ଲଗାତାର ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ଝଡବର୍ଷା ।

48

କନକ ବ୍ୟୁରୋ : ଉତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ତିନି ଦିନ ଧରି ଜାରି ରହିବ ବର୍ଷା । ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଭଦ୍ରକ ଓ ଗଂଜାମ । ୨୪ ଘଂଟା ମଧ୍ୟରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଉତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ୨୦ ଓ ୨୧ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବ । ୨୨ ତାରିଖ ବେଳକୁ ଦକ୍ଷିଣ ଓଡିଶାର ରାୟଗଡା, କନ୍ଧମାଳ, ମାଲକାନଗିରି, କୋରାପୁଟରେ ଅଧିକ ବର୍ଷା ହେବ ।

୨୧ ତାରିଖରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବ । ଫଳରେ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଗତ ଦୁଇ ଦିନର ଲଗାଣ ବର୍ଷାରେ କିଛି ନଦୀର ଜଳସ୍ତର ବଢିବାକୁ ଲାଗିଛି । ଏଭଳି ସ୍ଥିତିରେ ଲଘୁଚାପ ବର୍ଷା, ବନ୍ୟା ପରିସ୍ଥିତି ସୃଷ୍ଟି କରିବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।